Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଅଫିସ ଡେସ୍କରେ ରଖନ୍ତୁ ଏହି ବସ୍ତୁ

    Share on :
    ajab-Image
    Date: Jun 13, 2023    Views: 8434

    ଭୁବନେଶ୍ୱର: ଜୀବନରେ ଉନ୍ନତି ଆଣିବା କ୍ଷେତ୍ରରେ ବାସ୍ତୁ ଶାସ୍ତ୍ରର ମହତ୍ତ୍ୱ ଅଧିକ ରହିଛି । ଯୁବପିଢ଼ି ମାନଙ୍କର ଜୀବନ ଏବଂ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ମିଳୁଥିବା ସଫଳତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ନିଜ କର୍ମମୟ ଜୀବନରେ ମନ ମୁତାବକ ସଫଳତା ପାଇବା ପାଇଁ ବାସ୍ତୁ ଶାସ୍ତ୍ରର ସାହାଯ୍ୟ ନିଆଯାଇ ପାରିବ । ବାସ୍ତୁ ଶାସ୍ତ୍ରରେ ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇବା ପାଇଁ କିଛି ନିୟମ ଅନୁସରଣ କରିବା ଉଚିତ ।

    ଏହି ନିୟମ ଅନୁସାରେ କିଛି ଶୁଭ ବସ୍ତୁ ରହିଛି, ଯାହା ଡେସ୍କରେ ରଖିବା ଦ୍ୱାରା ସଫଳତାର ରାସ୍ତା ସରଳ ହୋଇଥାଏ । ତେବେ ଜାଣି ରଖନ୍ତୁ ଏହି ନିୟମ ବିଷୟରେ ।

    ବାସ୍ତୁ ଶାସ୍ତ୍ର ଅନୁସାରେ ଅଫିସରେ ବସୁଥିବା ସ୍ଥାନରେ କ୍ରିଷ୍ଟାଲ ନିର୍ମିତ ବସ୍ତୁ ରଖିବା ଉଚିତ । ଏହା ରଖିବା ଦ୍ୱାରା ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ସେହିପରି ଅଟକି ରହିଥିବା କାର୍ଯ୍ୟ ସଠିକ ଭାବେ ପରିଚାଳନା ହୋଇଥାଏ ।

    ବାସ୍ତୁ ଶାସ୍ତ୍ରରେ ବାଉଁଶ ଗଛର ଅଧିକ ମହତ୍ତ୍ୱ ରହିଛି । ଏହା ଭାଗ୍ୟ ଏବଂ ଶାନ୍ତିକୁ ଆକର୍ଷିତ କରିଥାଏ । ଏହା ମନରେ ଶାନ୍ତି ଆଣିବା ସହ କାର୍ଯ୍ୟ କରିବା କ୍ଷେତ୍ରରେ ସାହାଯ୍ୟ କରିଥାଏ ।

    ବାଉଁଶ ଗଛକୁ ସମୃଦ୍ଧି ଏବଂ ସୌଭାଗ୍ୟର ପ୍ରତୀକ ଭାବେ ବୁଝା ଯାଇଥାଏ । ଏହା ପାଖରେ ରଖିବା ଦ୍ୱାରା ସୌଭାଗ୍ୟ ଏବଂ ସମୃଦ୍ଧି ମିଳିଥାଏ ।

    ବାସ୍ତୁ ଶାସ୍ତ୍ରରେ ସୁନା ମୁଦ୍ରାର ଜାହାଜ ସଫଳତାର ପ୍ରତୀକ ହୋଇଥାଏ । ଏହା ରଖିବା ଦ୍ୱାରା ବ୍ୟବସାୟରେ ସଫଳତା ମିଳିଥାଏ । ଚାକିରିରେ ଉନ୍ନତି ଆଣିବା ପାଇଁ ଏହି ସୁନା ମୁଦ୍ରାରେ ନିର୍ମିତ ଜାହାଜ ନିଜ ଅଫିସ ଡେସ୍କରେ ରଖିବା ଉଚିତ ।

    ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅଫିସ ଡେସ୍କକୁ ସଫା ରଖିବା । ଡେସ୍କ ସଫା ନରଖିବା ଆପଣଙ୍କ ଜୀବନରେ ଅନେକ ସମସ୍ୟାର କାରଣ ହୋଇପାରେ ।

    ଅଫିସରେ ଏପରି ସ୍ଥାନରେ ବସନ୍ତୁ ଯେଉଁଠାରେ ଅଧିକ ସୂର୍ଯ୍ୟ ରଶ୍ମି ଆସୁଥିବ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook