Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ବାସ୍ତୁକୁ ରଖେ କଣ୍ଟ୍ରୋଲ, ଘରେ ରଖନ୍ତୁ ଏହି ମୂର୍ତ୍ତି

    Share on :
    ajab-Image
    Date: May 22, 2023    Views: 7275

    ଭୁବନେଶ୍ୱର: ଘର ସଜାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ମୂର୍ତ୍ତି ଘରେ ରଖନ୍ତି। ତେବେ ଯଦି ବାସ୍ତୁଶାସ୍ତ୍ର ଅନୁସାରେ ମୂର୍ତ୍ତି ରଖାଯାଏ, ଘର ସୁନ୍ଦର ଦେଖାଯିବା ସହ ଅନେକ ଲାଭ ବି ମିଳେ। ବାସ୍ତୁଶାସ୍ତ୍ରରେ ପ୍ରାଣୀଙ୍କ ମୂର୍ତ୍ତି ରଖିବା ଶୁଭ ବୋଲି ଧରାଯାଏ। ତେଣୁ ଆସନ୍ତୁ ଜାଣିବା କେଉଁ ପ୍ରାଣୀର ମୂର୍ତ୍ତି ରଖିଲେ କେଉଁ ଫଳପ୍ରାପ୍ତି ହେବ।

    ଓଟ ମୂର୍ତ୍ତି:ଓଟକୁ ସଂଘର୍ଷ ଓ ସଫଳତାର ପ୍ରତୀକଭାବେ ଗଣନା କରାଯାଏ। ଘରେ ଏହାର ମୂର୍ତ୍ତି ରଖିଲେ ଅନେକ ଫାଇଦା ମିଳିଥାଏ। ଏହା ଆପଣଙ୍କ ସଫଳତା ପଥରେ ଆସୁଥିବା ବାଧାକୁ ଦୂର କରିଥାଏ। ତା’ସହ ଏକାଗ୍ରତା ବି ବଢାଏ।

    ଗାଈ ମୂର୍ତ୍ତି: ହିନ୍ଦୁଧର୍ମରେ ଗାଈକୁ ମାତାଭାବେ ସମ୍ମାନ ଦେଇ ପୂଜା କରାଯାଏ। ବିଶ୍ୱାସ କରାଯାଏ ଗାଈ ମଧ୍ୟରେ ସବୁ ଦେବୀଦେବତା ବାସ କରନ୍ତି। ତେଣୁ ଗାଈ ମୂର୍ତ୍ତିକୁ ରଖିଲେ ଘରକୁ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ଆସିଥାଏ। ତା’ସହ ଆପଣଙ୍କ ସନ୍ତାନର ଭାଗ୍ୟ ଉଦୟ ହୁଏ ବୋଲି ବିଶ୍ୱାସ ରହିଛି। ଗାଈର ପିତଳ ମୂର୍ତ୍ତି ରଖିଲେ ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ମଧ୍ୟ କୁହାଯାଏ।

    ହରିଣ ମୂର୍ତ୍ତି: ହରିଣର ସ୍ବଭାବ ଚଞ୍ଚଳ ହୋଇଥାଏ। ହେଲେ ତା’ର ପରିସ୍ଥିତି ସହ ଲଢିବାର କ୍ଷମତା ବେଶ୍‌ ଭଲ ଥାଏ। ବିଶ୍ୱାସ କରାଯାଏ ହରିଣ ମୂର୍ତ୍ତି ଘରେ ରଖିଲେ ବ୍ୟବସାୟରେ ଉନ୍ନତି ଘଟିଥାଏ।

    ହାତୀ ମୂର୍ତ୍ତି: ହାତୀକୁ ବୁଦ୍ଧି, ବଳ ଓ ସକାରାତ୍ମକତାର ପ୍ରତୀକ ଭାବେ ଗଣନା କରାଯାଏ। ହାତୀର ମୂର୍ତ୍ତି ଘରେ ରଖିଲେ ନିର୍ଣ୍ଣୟ ନେବା କ୍ଷମତା ବଢିଥାଏ। ତା’ସହ ଘରେ ସକାରାତ୍ମକତା ଆସିଥାଏ ଓ ଧନ ବୈଭବ ବଢିଥାଏ ବୋଲି କୁହାଯାଏ। ଶୟନ କକ୍ଷରେ ରୁପାର ହାତୀ ରଖିଲେ ରାହୁ ସମ୍ବନ୍ଧୀୟ ସବୁ ଦୋଷ ଦୂର ବୋଲି ବିଶ୍ୱାସ ରହିଛି।

    ସିଂହ ମୂର୍ତ୍ତି: ଜଙ୍ଗଲର ରାଜା ସିଂହ। ସାହସ ଓ ବଳର ପ୍ରତୀକ ଇଏ। ତେଣୁ ଏହାର ମୂର୍ତ୍ତି ଘରେ ରଖିଲେ ଘର ଲୋକଙ୍କ ମନରେ ସାହସ ସବୁବେଳେ ଘର କରି ରହେ। ତା’ସହ ନିର୍ଣ୍ଣୟ ନେବାର କ୍ଷମତା ପ୍ରବଳ ହୋଇଥାଏ। ଆଉ ବ୍ୟକ୍ତିଙ୍କ ମଧ୍ୟରେ ତେଜ ଉତ୍ପନ୍ନ ହୋଇଥାଏ ବୋଲି ବିଶ୍ୱାସ ରହିଛି।

    ଯୋଡା ହଂସ: ବାସ୍ତୁଶାସ୍ତ୍ର ଅନୁଯାୟୀ ଡ୍ରଇଂ ରୁମ ଅବା ବେଡ୍‌ ରୁମ୍‌ରେ ହଂସ ଯୋଡାର ମୂର୍ତ୍ତି ଅବା ଫଟୋ ରଖିଲେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ। ତା’ସହ ଘରର ପ୍ରତି ସଦସ୍ୟଙ୍କ ମଧ୍ୟରେ ପ୍ରେମ ଭାବ ବଢିଥାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook