Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ବାସ୍ତୁଶାସ୍ତ୍ରରେ ଗୋଲାପ ଫୁଲ....

    Share on :
    ajab-Image
    Date: May 16, 2023    Views: 6380

    ପ୍ରେମର ପ୍ରତୀକ କୁହାଯାଉଥିବା ଗୋଲାପ ଫୁଲ ବି ଘରକୁ ସୁଖସମୃଦ୍ଧି ଆଣିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଗୋଲାପ ଫୁଲ ସହ ବାସ୍ତୁର କ’ଣ ସବୁ ସମ୍ପର୍କ ରହିଛି ଜାଣନ୍ତୁ ସେ ସମ୍ପର୍କରେ…

    ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଗୋଲାପ ଗଛ ଲଗାଇବା ଶୁଭ ହୋଇଥାଏ। ବିଶେଷକରି ନାଲିରଙ୍ଗର ଗୋଲାପ ଫୁଲ ପାଇଁ ଏହି ଦିଗ ସର୍ବୋତ୍ତମ। କୁହାଯାଏ, ଏହି ଦିଗରେ ଗୋଲାପ ଗଛ ରହିଲେ ଘରର ମୁଖିଆଙ୍କ ସାମାଜିକ ପ୍ରତିଷ୍ଠା କୁଆଡ଼େ ବଢ଼ିଥାଏ।

    ଜ୍ୟୋତିଷ ତଥା ଧର୍ମଶାସ୍ତ୍ରର ମତାନୁସାରେ, ଯଦି ପାରିବାରିକ ସମସ୍ୟା ଲାଗି ରହୁଥାଏ, ତା’ହେଲେ ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ନାଲି ଗୋଲାପ ଅର୍ପଣ କରିବା ଦ୍ୱାରା ପରିବାରରେ ଶାନ୍ତି ବଜାୟ ରହିବା ସହ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ଯେଉଁ ବ୍ୟକ୍ତିଙ୍କର ବୈବାହିକ ଜୀବନରେ ବାରମ୍ବାର ସମସ୍ୟା ଦେଖାଯାଉଥାଏ, ସେମାନେ କାଚ ବାଉଲ୍‌ରେ ପାଣି ସହିତ କିଛି ଗୋଲାପ ଫୁଲର ପାଖୁଡ଼ାକୁ ଭର୍ତ୍ତି କରି ରଖିବେ। ଆଉ ପ୍ରତିଦିନ ବାଉଲ୍‌ରେ ଥିବା ପାଣି ଓ ଗୋଲାପ ପାଖୁଡ଼ାକୁ ବଦଳାଉଥିବେ। ଏମିତି କିଛିଦିନ କଲେ ସମ୍ପର୍କରେ ନିବିଡ଼ତା ଆସୁଥିବାର ଲକ୍ଷ୍ୟ କରିପାରିବେ। ପ୍ରତିଦିନ ସନ୍ଧ୍ୟା ଦେବାବେଳେ ମାତା ଲକ୍ଷ୍ମୀଙ୍କ ଚରଣରେ ଗୋଲାପ ଫୁଲ ଅର୍ପଣ କଲେ ଅଥବା ଶୁକ୍ରବାର ପାଞ୍ଚଟି ଗୋଲାପ ଫୁଲର ପାଖୁଡ଼ାକୁ ପାନପତ୍ରରେ ରଖି ମାତା ଦୁର୍ଗାଙ୍କୁ ଅର୍ପଣ କଲେ ଘରେ କୁଆଡ଼େ ଧନଧାନ୍ୟ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook