Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରେ ଲଗାନ୍ତୁ ବାମ୍ବୋ ଟ୍ରି, ଜାଣନ୍ତୁ ଉପକାରୀତା

    Share on :
    ajab-Image
    Date: May 2, 2023    Views: 4568

    ବାସ୍ତୁଶାସ୍ତ୍ର ଅନୁଯାୟୀ, ବାମ୍ବୋ ପ୍ଲାଣ୍ଟ ହେଉଛି ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଏକ ପ୍ରକାର ଗଛ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ ହେବା ସହ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ସେତିକି ନୁହେଁ, ବାମ୍ବୋପ୍ଲାଣ୍ଟ ପର୍ଯ୍ୟାବରଣକୁ ସଫାସୁତୁରା ରଖିବାରେ ମଧ୍ୟ ବେଶ୍‌ ସହାୟକ ହୋଇଥାଏ। ସେଥିପାଇଁ ଏହାକୁ ନାଚୁରାଲ୍‌ ଏୟାର୍‌ ପ୍ୟୁରିଫାୟର୍‌ ବୋଲି କୁହାଯାଏ। ଭାଗ୍ୟଶାଳୀ ବାମ୍ବୋପ୍ଲାଣ୍ଟକୁ ଘରର ପୂର୍ବ ଦିଗରେ ରଖିଲେ ସକାରାତ୍ମକ ଊର୍ଜ୍ଜା ଉତ୍ପନ ହୋଇଥାଏ।

    ଅନ୍ୟପକ୍ଷେ ଏହାକୁ ଦକ୍ଷିଣ-ପୂର୍ବ ଦିଗରେ ରଖିଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ କରାଯାଏ। ସବୁଠୁ ବଡ଼ କଥା ହେଉଛି ବାମ୍ବୋପ୍ଲାଣ୍ଟରେ ଦିଆଯାଇଥିବା ପାଣିକୁ ପ୍ରତି ସପ୍ତାହରେ ବଦଳାଇବା ଦରକାର; ଯଦ୍ଦ୍ବାରା ଆର୍ଥିକସ୍ଥିତି ମଜଭୁତ୍‌ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତା’ଛଡ଼ା ବାମ୍ବୋପ୍ଲାଣ୍ଟକୁ ଘରର ଯେ କୌଣସି ସ୍ଥାନରେ ରଖାଯାଇପାରେ। ଏପରିକି ପତ୍ନୀପତିଙ୍କ ବେଡ୍‌ରୁମ୍‌ରେ ବି। କାରଣ ଏହା ପତ୍ନୀପତିଙ୍କ ଭିତରେ ଭଲପାଇବା ବୃଦ୍ଧି କରିବାରେ ବେଶ୍‌ ସହାୟକ ହୋଇଥାଏ। ସେହିପରି କ୍ୟାରିୟର୍‌ରେ ସଫଳ ହେବାକୁ ଚାହୁଁଥିଲେ ଷ୍ଟଡିରୁମ୍‌ରେ ବାମ୍ବୋପ୍ଲାଣ୍ଟକୁ ରଖିବା ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook