Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଗୃହ ପ୍ରବେଶ ସମୟରେ କରନ୍ତୁନାହିଁ ଏହି ଭୁଲ୍

    Share on :
    ajab-Image
    Date: May 7, 2022    Views: 5883

    ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଗୃହ ପ୍ରବେଶର ବହୁତ ମହତ୍ୱ ରହିଥାଏ | ଘରକୁ ମନ୍ଦିର ବୋଲି କୁହାଯାଏ | ହିନ୍ଦୁ ଧର୍ମରେ ବିନା ପୂଜା ପାଠରେ ଗୃହ ପ୍ରବେଶକୁ ବର୍ଜ୍ଜିତ କରାଯାଇଛି | ନୂଆ ଘର ନିର୍ମାଣ ବେଳେ ଗ୍ରହ ଶାନ୍ତିର ପୂଜା ନିହାତି କରିବା ଆବଶ୍ୟକ | ଦଶ ଦିଗପାଳ,ରକ୍ଷପାଳ ଓ ଗ୍ରାମ ଦେବତାଙ୍କୁ ପୂଜା କରିବା ପରେ ନୂତନ ଗୃହକୁ ପ୍ରବେଶ କରିବା ଆବଶ୍ୟକ | ଫଳରେ ଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି |

    ଗୃହ ପ୍ରବେଶ ସମୟରେ ଏହି ବିଶେଷ କଥାର ଧ୍ୟାନ ଦିଅନ୍ତୁ :

    *  ଶୁଭ ମୁହୂର୍ତ୍ତ ସମୟରେ ଗୃହ ପ୍ରବେଶର ପୂଜା ଆରମ୍ଭ ଓ ଅନ୍ତ ହେବ ଦରକାର |

    *  ଘରକୁ ଫୁଲ ମାଳରେ ସଜ୍ଜିତ କରିବା ସହ ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ରର ତୋରଣ ଟାଂଗନ୍ତୁ |

    *  ଘରର ଈଶାନ କୋଣରେ ପୂଜା ଆବଶ୍ୟକ ଅନୁସାରେ ଚୌକି ସ୍ଥାପିତ କରି ସେଥିରେ ନବ ଗ୍ରହ, ଦଶ ଦିଗପାଳ, ରକ୍ଷପାଳ, ଗ୍ରାମ ଦେବତା,ସ୍ଥାନ ଦେବତା ଆଦି ବିଧି ପୂର୍ବକ ସ୍ଥାପିତ କରିଗୃହ      ସ୍ୱାମୀ ପୂଜା କରନ୍ତୁ |

    *  ଘରର ମୁଖ୍ୟ ଦ୍ୱାରରେ ଜଳ ଭରି କଳସ ରଖି ଦୀପ ଜଳାନ୍ତୁ |

    *  କନ୍ୟା ଓ ଗାଈକୁ ପୂଜା କରି ପତ୍ନୀ ସହ ଡ଼ାହାଣ ପାଦ ଆଗ ପକାଇ ଘର ଭିତରକୁ ପ୍ରବେଶ କରନ୍ତୁ |

    *  ଏହା ପରେ ରୋଷେଇ ଘରେ ପୂଜା ଜରୁର କରନ୍ତୁ |

    *  ଏହି ଦିନ ରୋଷେଇ ଘରେ ପ୍ରଥମେ ଦୁଧ ଉତୁରାଇବା ବା ଦୁଧରେ ତିଆରି ଖାଦ୍ୟ ପ୍ରସ୍ତୁତ କରନ୍ତୁ |

    *  ଗୃହ ସ୍ୱାମୀ ଗୃହ ପ୍ରବେଶ ପରେ ସପ୍ତ ନାରାୟଣ ବ୍ରତ କଥା ଜରୁର ଶୁଣନ୍ତୁ |

    *  ପୂଜା ଓ ଗୃହ ପ୍ରବେଶ ପରେ ସମସ୍ତଙ୍କୁ ପ୍ରସାଦ ବାଣ୍ଟନ୍ତୁ |

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook