Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ଭାରତ ଗୌରବ ଟ୍ରେନ’ ପାଇଁ ଓଡ଼ିଶା ଆଗ୍ରହୀ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Nov 25, 2021    Views: 3030

    ନୂଆଦିଲ୍ଲୀ : ଦେଶର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ‘ଭାରତ ଗୌରବ ଟ୍ରେନ୍’ ଚଳାଚଳ କରିବ । ଏହି ସବୁ ଟ୍ରେନ ଚଳାଇବା ପାଇଁ ଘରୋଇ ସଂସ୍ଥାମାନଙ୍କ ସହ ଆଇଆରସିଟିସି ଓ କିଛି ରାଜ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ସବୁ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସହ ରାଜସ୍ଥାନ, କର୍ଣ୍ଣାଟକ ଓ ତାମିଲନାଡ଼ୁ ଆଦି ରହିଛନ୍ତି । ବିଶେଷତ୍ୱ ହେଲା, ଏହି ସବୁ ଟ୍ରେନର ଯାତ୍ରୀ ଭଡ଼ା ଘରୋଇ ସଂସ୍ଥାମାନେ ଧାର୍ଯ୍ୟ କରିବେ । ନିୟମିତ ଟ୍ରେନ ଭଳି ଏହା ‘ସମୟ ନିର୍ଘଣ୍ଟ’ରେ ଚାଲିବ ନାହିଁ ।


     ଅପରେଟର ଏବଂ ପର୍ଯ୍ୟଟକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ଏହା ଚାଲିବ । ଏଥି ପାଇଁ ସାରା ଭାରତରେ ୧୯୦ଟି ଟ୍ରେନରେ ୩ ହଜାର ୩୩ କୋଚ ଲାଗିବ । ଟ୍ରେନଗୁଡ଼ିକରେ ହୋଟେଲ, ଟ୍ୟାକ୍ସି, ଖାଦ୍ୟପେୟ, ଇଣ୍ଟରନେଟ ଓ ମନୋରଞ୍ଜନ ଭଳି ସୁବିଧା ରହିବ । ରେଲୱେ କେବଳ ଏସବୁ ଟ୍ରେନର ରକ୍ଷଣାବେକ୍ଷଣ, ପାର୍କିଂ ଏବଂ ଅନ୍ୟ ସୁବିଧା ପାଇଁ ସହଯୋଗ କରିବ । ପର୍ଯ୍ୟଟନ ଟ୍ରେନ ଚଳାଚଳ ପାଇଁ ଓଡ଼ିଶା ପୂର୍ବରୁ ଦାବି କରି ଆସୁଥିଲା । ଭାରତ ଗୌରବ ଟ୍ରେନ ଏ ଦିଗରେ ଓଡ଼ିଶାର ସାଂସ୍କୃତିକ ଓ  ଐତିହ୍ୟର ପ୍ରଚାରପ୍ରସାର ଦିଗରେ ବିଶେଷ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook