Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଚିନ୍ତାରେ ରେଳବାଇ

    Share on :
    ajab-Image
    Date: May 25, 2023    Views: 3988

    ନୂଆଦିଲ୍ଲୀ: ୨୦୨୧ ମସିହା ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ଦେଶରେ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ | ରେଳବାଇକୁ ମୋଦୀ ଏହି ଟାର୍ଗେଟ ଦେଇଥିବାବେଳେ ଏପର୍ଯ୍ୟନ୍ତ ୧୭ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି | ତେବେ ରେଳବାଇ ପାଇଁ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ କରି ଚଳାଇବା ଏବେ କାଠିକର ପାଠ ହୋଇପଡିଛି | ବନ୍ଦେ ଭାରତ ଏକ୍ସପ୍ରେସରେ ପୂର୍ବରୁ ୧୬ଟି ବଗି ଲାଗୁଥିବାବେଳେ ଲକ୍ଷ୍ୟ ପୂରଣ ପାଇଁ ବର୍ତ୍ତମାନ ୮ଟି ବଗି ଥିବା ଟ୍ରେନ ଚଳାଯାଉଛି | ଏହାବ୍ୟତୀତ ଟ୍ରେନର ବେଗକୁ ମଧ୍ୟ କମାଇଦିଆଯାଇଛି | ଏହି ହାଇସ୍ପିଡ଼ ଟ୍ରେନର ସର୍ବାଧିକ ବେଗ ଘଂଟାପ୍ରତି ୧୬୦ କିଲୋମିଟର ଥିବାବେଳେ ବର୍ତ୍ତମାନ କିନ୍ତୁ ଯେଉଁ ଟ୍ରେନ ଚଳାଯାଉଛି ତାହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୬୪ କିଲୋମିଟର ରହିଛି |

    ଆଜି ପ୍ରଧାନମନ୍ତ୍ରୀ ଦିଲ୍ଲୀ-ଡେରାଡୁନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଲୋକାର୍ପିତ କରିଥିବାବେଳେ ଏଥିରେ ୮ଟି ବଗି ରହିଛି | ଏହାର ବେଗ ମଧ୍ୟ ଘଂଟାପ୍ରତି ୬୪ କିଲୋମିଟର ରଖାଯାଇଛି | ସେହିପରି ଆସନ୍ତା ସପ୍ତାହରେ ଗୌହାଟୀ-ନ୍ୟୁ ଜଲପାଈଗୁଡ଼ି ମଧ୍ୟରେ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ | ଯେଉଁଥିରେ ମଧ୍ୟ ୮ଟି କୋଚ ରହିବ | ଉଲ୍ଲେଖ ଥାଉ କି ଗତ ସପ୍ତାହରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ବନ୍ଦେ ଭାରତ ଟ୍ରେନ ଉତ୍ପାଦନ ବଢାଯିବ ଓ ଖୁବ ଶୀଘ୍ର ପ୍ରତି ତିନିଦିନରେ ଗୋଟିଏ ଟ୍ରେନ ଚଳାଯିବ |

    Maximum 500 characters

    ଦେଶ ବିଦେଶ View all

    Find Us on Facebook