Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୮ ବର୍ଷରୁ କମ୍ ବୟସ ବର୍ଗଙ୍କୁ ଟିକାଦେବାକୁ ନେଇ ଏହା କହିଲେ ଡ.ବିଜୟ ପାଣିଗ୍ରାହୀ

    Share on :
    ajab-Image
    Date: Oct 14, 2021    Views: 3336

    ଭୁବନେଶ୍ୱର : ୨ରୁ ୧୮ବର୍ଷ ବୟସର ପିଲାଙ୍କୁ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ୍’ କରୋନା ଟିକା ପ୍ରଦାନ ଲାଗି କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଅନୁମୋଦନ ଦେଇଛି । ଖୁବଶୀଘ୍ର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିପାରନ୍ତି । ପିଲାଙ୍କ ପାଇଁ କରୋନା ଟିକାକୁ ଅନୁମୋଦନ ପରେ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି । ରାଜ୍ୟରେ ୨-୧୮ବର୍ଗରେ ୧.୪ କୋଟିରୁ ଅଧିକ ପିଲା ରହିଛନ୍ତି । ଗାଇଡଲାଇନ ଆସିବା ପରେ ରାଜ୍ୟରେ ଟିକାକରଣ ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, କେନ୍ଦ୍ରୀୟ ଟାସ୍କଫୋର୍ସର ରିପୋର୍ଟ ଅନୁଯାୟୀ ଡିସିଜିଆଇ ଟିକାକୁ ଅନୁମୋଦନ କରିବେ । କେନ୍ଦ୍ରର ଗାଇଡଲାଇନ୍ ଆସିବା ପରେ ରାଜ୍ୟକୁ ପ୍ରତି ମାସରେ କେତେ ଟିକା ଆବଣ୍ଟିତ ହେବ ତାହା ସ୍ପଷ୍ଟ ହୋଇପାରିବ । ରାଜ୍ୟରେ ଟିକା ଦେବା ଲାଗି ଭ୍ୟାକ୍ସିନେଟରଙ୍କ ଅଭାବ ନାହିଁ । ଯେହେତୁ ପୂର୍ବରୁ ଶିଶୁମାନଙ୍କୁ ଡିପିଟି ଓ ପୋଲିଓ ଟିକା ଦିଆଯାଉଥିଲା, ତେଣୁ ରାଜ୍ୟରେ ପିଲାଙ୍କ ଟିକାକରଣରେ କୌଣସି ସମସ୍ୟା ହେବ ନାହିଁ । ଆକଳନ ଅନୁସାରେ ରାଜ୍ୟରେ ୨-୧୮ବର୍ଗରେ ୧.୪ କୋଟି ପିଲା ରହିଛନ୍ତି । ୧୮ବର୍ଷରୁ ଅଧିକ ୩.୯ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ପିଲାଙ୍କ ପାଇଁ କେନ୍ଦ୍ରର ଗାଇଡଲାଇନ୍ ଓ ଟିକାର ଉପଲବ୍ଧତାକୁ ବିଚାରକୁ ନେଇ ଟିକାକରଣ ପ୍ଲାନିଂ କରାଯିବ । ଡା.ପାଣିଗ୍ରାହୀ ଆହୁରିମଧ୍ୟ କହିଛନ୍ତି ଯେ ରାଜ୍ୟରେ ଏବେ ସୁଦ୍ଧା ୭୬ ପ୍ରତିଶତ ଯୋଗ୍ୟ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି । ସେହିପରି ୯୬ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook