Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଯିବେ ୫-ଟି ସଚିବ

    Share on :
    ajab-Image
    Date: Mar 17, 2023    Views: 3954

    ନବରଙ୍ଗପୁର :  ଆଜିଠୁ ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଜୟପୁର ଏୟାରପୋର୍ଟରେ ପହଞ୍ଚି ନବରଙ୍ଗପୁର ଯିବେ ୫-ଟି ସଚିବ । ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ଓ ବିଭିନ୍ନ ସମ୍ପ୍ରଦାୟର ଦାବି ସମ୍ପର୍କରେ ଆଲୋଚନା କରିବେ ।

    ଜିଲ୍ଲାର ବିକାଶ ଓ କ’ଣ ସବୁ ଅସୁବିଧା ରହିଛି ? କଣ କରାଗଲେ ଅଧିକରୁ ଅଧିକ ବିକାଶ ହୋଇପାରିବ ? ସେନେଇ ଆଲୋଚନା କରିବେ। ପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିବେ ୫-ଟି ସଚିବ।

    ଟିରଲି ଆମଗୁଡ଼ାଠାରେ ଅନ୍ମେସା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାତ୍ରୀ ଭୋଜନ କରିବା କାର୍ୟ୍ୟକ୍ରମ ରହିଛି । ସେହିପରି ଆସନ୍ତକାଲି ବିଭିନ୍ନ ଦର୍ଶନୀୟ ସ୍ଥାନ ସହ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରିବେ ୫-ଟି ସଚିବ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook