Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ୟ୍ୟର ସମୀକ୍ଷା କଲେ 5T ସଚିବ

    Share on :
    ajab-Image
    Date: Oct 14, 2021    Views: 3552

    ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପୁରୀ ଗସ୍ତ କରିଛନ୍ତି ୫-ଟି ସଚିବ । ଏହି ଅବସରରେ ପୁରୀରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ । ପୁରୀରେ ୧୩ ଏକର ପରିମିତ ଅଞ୍ଚଳରେ ଚାଲିଛି ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ୟ୍ୟ । ପୁରୀ ପେଣ୍ଠକଟା ନିକଟରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଉଛି । ଏହାକୁ ଜଗନ୍ନାଥ ଷ୍ଟାଡିୟମ ନାଁରେ ନାମିତ କରାଯାଇଛି । କ୍ରିକେଟ ଗ୍ରାଉଣ୍ଡ ସହ ସୁଇମିଂ ପୁଲ୍‌ ମଧ୍ୟ ନିର୍ମାଣ କରାଯାଉଛି । ଶହେ ଶଯ୍ୟା ବିଶିଷ୍ଠ କ୍ରୀଡ଼ା ଛାତ୍ରାବାସ ଓ ଇଣ୍ଡୋର ହଲ ମଧ୍ୟ ନିର୍ମାଣ କରାଯାଇଛି ।

    ଏହି ନିର୍ମାଣ କାର୍ୟ୍ୟର ସମୀକ୍ଷା କରିଛନ୍ତି କରିଛନ୍ତି ଭିକେ ପଣ୍ଡିଆନ । ଜିଲ୍ଲାରେ ନିର୍ମାଣ ହେଉଥିବା ନୂଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆବାସିକ କ୍ରିକେଟ ଏକାଡେମୀ ଓ କୁସ୍ତି ଏକାଡେମୀ ପ୍ରତିଷ୍ଠା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ପୋର୍ଟସ କମ୍ପ୍ଲେକ୍ସ ଅଭଡ଼ା ଯୋଜନାରେ ୪୦ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେଉଛି ।ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ୟ୍ୟର ସମୀକ୍ଷା କଲେ ୫ଞ ସଚିବପୁରୀରେ ଏହି ଅତ୍ୟାଧୁନିକ ଷ୍ଟାଡ଼ିୟମ ନିର୍ମାଣ କରିବା ନେଇ ରାଜ୍ୟ ସରକାର ବ୍ୟୟ ବରାଦ କରିଥିଲେ । ଏହି ନିର୍ମାଣ କାର୍ୟ୍ୟ କେତେଦୂର ଅଗ୍ରଗତି ହୋଇଛି ଏନେଇ ୫ ଟି ସଚିବ ପୁରୀ ଗସ୍ତରେ ଯାଇ ସମୀକ୍ଷା କରିଛନ୍ତି । ଏହାସହ ଜିଲ୍ଲାର କ୍ରୀଡାର ବିକାଶ ପାଇଁ ନୂଆ ପଦକ୍ଷେପ କଣ ନିଆଯାଇପାରିବ ସେ ନେଇ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।ପୁରୀ ସହରର ଆଖଡା ବେଶ ପ୍ରସିଦ୍ଧ । ତେଣୁ କୁସ୍ତି, ଭାରୋତ୍ତଳନ, ବଡି ବିଲ୍ଡିଂ, ଯୋଗ, ବକ୍ସିଂ ଓ ଜିମନାଷ୍ଟିକ କ୍ରୀଡ଼ ଉପରେ ନଜର ରଖି ପଦକ୍ଷେପ ନେବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ୫ଞ ସଚିବଙ୍କ ସହ କ୍ରୀଡା ସଚିବ ତଥା କମିଶନର ଭିନିଲ କ୍ରିଷ୍ଣା ପୁରୀ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook