Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଫସିରହିଥିବା ଶ୍ରମିକଙ୍କ ଭିଜୁଆଲ

    Share on :
    ajab-Image
    Date: Nov 21, 2023    Views: 3734

    ନୂଆଦିଲ୍ଲୀ:  ୧୦ ଦିନ ହେଲା ଟନେଲ ଭିତରେ ଫସିରହିଥିବା ଶ୍ରମିକଙ୍କ ଭିଜୁଆଲ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ସୁଡ଼ଙ୍ଗ ଭିତରେ ଯେଉଁ ସ୍ଥାନରେ ଶ୍ରମିକ ମାନେ ଗତ ୧୨ତାରିଖରୁ ଫସି ରହିଛନ୍ତି ଏବଂ ସେହି ସ୍ଥାନରେ କେମିତି ଦିନ କାଟୁଛନ୍ତି ତାର ଭିଡିଓ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଟନେଲ ଭିତରର ଦୃଶ୍ୟ କଏଦ କରିଛି ପାଇପ ଜରିଆରେ ପଠାଯାଇଥିବା ସିସିଟିଭି କ୍ୟାମେରା ।
    ଏହି ସମୟରେ ଜଣେ ଶ୍ରମିକଙ୍କୁ ଅତି ନିକଟରୁ ଦେଖିବାକୁ ମିଳିଛି । ସୁଡ଼ଙ୍ଗ ଭିତରେ ଫସିରହିଥିବା ଶ୍ରମିକଙ୍କ ସମ୍ପର୍କରେ ଜାଣିବା ପାଇଁ ଏହି ସିସିଟିଭି କ୍ୟାମେରା ଶ୍ରମିକଙ୍କ ପାଖକୁ ପଠାଯାଇଛି । ଏହାସହ ୱାକି ଟକି ଜରିଆରେ ଫସିରହିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଅଧିକାରୀ । ଏବଂ ତାଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook