Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟନେଲ ଭୁଶୁଡିବା ଘଟଣା, ଦିନ ଗଡୁଛି ଟେନସନ ବଢୁଛି

    Share on :
    ajab-Image
    Date: Nov 20, 2023    Views: 3978

    ନୂଆଦିଲ୍ଲୀ:  ଦିନ ଗଡୁଛି ଟେନସନ ବଢୁଛି । ମନରେ ଭୟ ଓ ଆଶଙ୍କା ରହିଛି । ଉତ୍ତରାଖଣ୍ଡ ଉତ୍ତରକାଶୀ ୟମୁନୋତ୍ରୀରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣା ଆଜକୁ ୯ ଦିନ ପୂରଣ ହୋଇଛି । ୯ ଦିନ ପରେ ବି ଅନିଶ୍ଚିନ୍ତତା ଜାରି ରହିଛି । ଟନେଲ ତଳ ଚାପି ହୋଇ ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ବି କୌଣସି ସଫଳତା ମିଳିପାରି ନାହିଁ । ୯ ଦିନ ହେବ ଟନେଲ ତଳେ ସଂଘର୍ଷ କରୁଛନ୍ତି ୪୧ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ୟ୍ୟ ଚାଲିଛି । ଗୋଟିଏ ଗୋଟିଏ ସେକେଣ୍ଡ ଗୁରୁତ୍ବପୂର୍ଣ୍ଣ ହୋଇଛି । ଉଦ୍ଧାରକାର୍ୟ୍ୟ ଆହୁରି ଦୁଇଦିନ ଚାଲିବ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ମିଳିଛି । ସେପଟେ ଉଦ୍ଧାରାକାର୍ୟ୍ୟ କେତେ ବାଟ ଗଲା ସେ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଟରନ୍ୟାସନାଲ ଟନେଲିଂ ଏକ୍ସପର୍ଟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି ।
    ଦୁଇଟି ହେଭି ମେସିନରେ ଖନନ କରାଯାଇ ଭିତରକୁ ପାଇପ ସହ ବିକଳ୍ପ ଉପାୟରେ ପାହାଡ ଉପରୁ ଖୋଳା ଆରମ୍ଭ ହୋଇଥିଲା । ମାତ୍ର କୌଣସି ସଫଳତା ମିଳିନଥିଲା । ଟନେଲ ଦ୍ବାରଠୁ ଶ୍ରମିକମାନେ ୫୦ ମିନଟର ଦୂରରେ ରହିଛନ୍ତି । ଏବେ ଭୂଲମ୍ବ (ଭର୍ଟିକାଲ) ଲାଇନରେ ଖୋଳା ଆରମ୍ଭ ହେବ । ଉଦ୍ଧାରକାର୍ୟ୍ୟ ଆହୁରି ୨ ଦିନ ଲାଗିବ ବୋଲି ସୂଚନା ମିଳିଛି ।
    ଇଣ୍ଟରନ୍ୟାସନାଲ ଟନେଲିଂ ଏକ୍ସପର୍ଟ ଅର୍ଡନୋଲ୍ଡ ଡିକ୍ସ କହିଛନ୍ତି, '' ସେମାନଙ୍କୁ ବାହାର କରିବାକୁ କାର୍ୟ୍ୟ ଜାରି ରହିଛି । ଏହା ଏକ ବଡ଼ କାର୍ୟ୍ୟ । ଆମ ଟିମ୍ ଏଠାରେ ରହିଛନ୍ତି । ଶ୍ରୀଘ୍ର ସମାଧାନ ବାଟ ବାହାରିବ । କେବଳ ଉଦ୍ଧାର ନୁହେଁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଅଧିକ ଗୁରୁତ୍ବୁପୂର୍ଣ୍ଣ । ସମଗ୍ର ବିଶ୍ବ ସାହାଯ୍ୟ କରୁଛି । ଯୋଜନାବଦ୍ଧ ଭାବେ କାର୍ୟ୍ୟ ଚାଲିଛି । ଶ୍ରମିକଙ୍କୁ ଔଷଧ ଓ ଖାଦ୍ୟ ଉପଲବ୍ଧ କରାଯାଉଛି ।''

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook