ମୁଖ୍ୟ ଖବର
ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ଭୁବନେଶ୍ବର ଜନତା ମଇଦାନରେ ଉଦ୍ଘାାଟିତ ହୋଇଯାଇଛି। ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି କନକ୍ଲେଭ୍ରେ ମୁଖ୍ୟମନ୍ତ୍ରୀ ସମ୍ବୋଧିକ କରି ପ୍ରକହିଛନ୍ତି, ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି। ଶିଳ୍ପ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି। ବିଦେଶ ଗସ୍ତ କରି ନିବେଶକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛି। ଏହାର ସୁଫଳ ଆଜି ମିଳିବାକୁ ଯାଉଛି। ସିଙ୍ଗିଲ ୱିଣ୍ଡୋ ମଞ୍ଜୁରୀ ଜରିଆରେ ପ୍ରତିବନ୍ଧକ ଦୂର କରିଛୁ। ମୁଁ ଆପଣଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରୁଛି। ପ୍ରଧାନମନ୍ତ୍ରୀ ଭାରତକୁ ୩ୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଆମେ ମଧ୍ୟ ସାମିଲ ହେବାକୁ ଯାଉଛୁ।
ଏହି କାର୍ୟ୍ୟକ୍ରମରେ ଦେଶ ବିଦେଶର ନିବେଶକ, ପ୍ରତିନିଧି ଉପସ୍ଥିତ ଅଛନ୍ତି। କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ, କରନ ଅଦାନୀ, ଦେବେଶ ଜୈନ, ଶୁଭ୍ରକାନ୍ତ ପଣ୍ଡା ପ୍ରମୁଖ ବ୍ୟବସାୟୀ ଉପସ୍ଥିତ ଅଛନ୍ତି।
ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନ୍କ୍ଲେଭ-୨୦୨୫ ମଙ୍ଗଳବାର ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଛି। ଏହା ୨ ଦୁଇଦିନ ଧରି ଚାଲିବ। ଏହି କନ୍କ୍ଲେଭରେ ଦେଶ ବିଦେଶରୁ ବହୁ ଶିଳ୍ପପ୍ରତିନିଧି ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁଷ୍, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି କନ୍କ୍ଲେଭରେ ସାମିଲ ହେବେ ବୋଲି ଜଣାପଡ଼ିଛି। ୨ ଦିନରେ ହେବାକୁ ଥିବା ଏହି କନ୍କ୍ଲେଭରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
କନ୍କ୍ଲେଭରେ ୪ଟି ପ୍ଲେନାରି ଅଧିବେଶନ ଏବଂ ୧୬ଟି କ୍ଷେତ୍ରୀୟ ଅଧିବେଶନ ରହିବ। ସେମି କଣ୍ଡକ୍ଟର, ଗ୍ରୀନ୍ ଏନର୍ଜୀ, ପେଟ୍ରୋ କେମିକାଲ ଓ ଜାହାଜ ନିର୍ମାଣ ଉପରେ ଫୋକସ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି। ଭାଜପା ସରକାରରେ ଗତ ୭ ମାସରେ ୨ଲକ୍ଷ ୭୫ ହଜାର କୋଟିର ନିବେଶ ପାଇଁ ୧୫୯ଟି ଶିଳ୍ପ ସଂସ୍ଥାକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ମିଳିଛି। ଏଥିରେ ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।
Comments ସମସ୍ତ ମତାମତ