Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରୋଗୀଙ୍କୁ ସଶକ୍ତ କରି ଡିଜିଟାଲ୍ ରୂପନ୍ତରରଣ : ଉକ୍ରଳ ହସ୍ପିଟାଲର ଲକ୍ଷ୍ୟ

    Share on :
    ajab-Image
    Date: Apr 25, 2025    Views: 3574

    ଭୁବନେଶ୍ୱର : ବିଶ୍ୱର ଏକ ନମ୍ବର ଏଆଇ ସିଆର୍ଏମ, ସେଲ୍ସଫୋର୍ସ ଓଡିଶାର ଘରୋଇ କ୍ଷେତ୍ରର ସର୍ବବୃହତ ସ୍ୱତନ୍ତ୍ର ହସ୍ପିଟାଲ ଉକ୍ରଳ ହସ୍ପିଟାଲ ସହ ସହଭାଗିତା ସମ୍ପର୍କରେ ଘୋଷଣା କରିଛି । ଏହି ସହଭାଗିତା ସହିତ ଉକ୍ରଳ ହସ୍ପିଟାଲ ସେଲ୍ସଫୋର୍ସ ଏଜେଂଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି ।  ଏଜେଂଟଫୋର୍ସ ଓ ସେଲ୍ସଫୋର୍ସ ହେଲ୍ଥ କ୍ଲାଉଡର କାର୍ଯ୍ୟକାରିତା ମାଧ୍ୟମରେ ଏହି ରଣନୈତିକ ସହଭାଗିତା ରୋଗୀମାନଙ୍କ ତଥ୍ୟକୁ ଏକତ୍ରିତ କରି, ପରିଚାଳନାକୁ ଶୃଙ୍ଖଳିତ କରି ଏବଂ ସେଲ୍ଫ-ସର୍ଭିସ କ୍ଷମତାଗୁଡିକ ସହ ରୋଗୀଙ୍କୁ ସଶକ୍ତ କରି ଡିଜିଟାଲ ରୂପାନ୍ତରଣକୁ ଆଗକୁ ବଢାଇବା ପାଇଁ ଲକ୍ଷ୍ୟ ରଖିଛି, ଯାହା ଅଂଚଳରେ ସ୍ୱାସ୍ଥ୍ୟସେବା ଉଦ୍ଭାବନ ପାଇଁ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛି ।
    ୧୫୦ଟି ଡେଡିକେଟେଡ କ୍ରିଟିକାଲ କେୟାର ବେଡ ସମେତ ୪୫୦ଟି ବେଡ୍ର କ୍ଷମତା ସହିତ ଉକ୍ରଳ ହସ୍ପିଟାଲ ରୋଗୀଙ୍କ ସେବାକୁ ଉନ୍ନତ କରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିଗୁଡିକୁ ଗ୍ରହଣ କରିବା କ୍ଷେତ୍ରରେ ଅଗ୍ରଗାମୀ ରହିଆସିଛି । 
    ଏସମ୍ପର୍କରେ ସେଲ୍ସଫୋର୍ସ ଇଣ୍ଡିଆର ସେଲ୍ସ ବିଭାଗର ଉପାଧ୍ୟକ୍ଷ କମଲ କାନ୍ତ କହିଛନ୍ତି, “ ଉକ୍ରଳ ହସ୍ପିଟାଲ ସହ ଏହି ସହଭାଗିତା, ଟେକ୍ନୋଲୋଜି କିଭଳି ସହାନୁଭୂତିଶୀଳ, ସଂଯୋଜିତ ସ୍ୱାସ୍ଥ୍ୟସେବାର ଏକ ଶକ୍ତିଶାଳୀ ସକ୍ଷମକାରୀ ହୋଇପାରିବ ତାହାକୁ ପ୍ରଦର୍ଶିତ କରୁଛି । ହେଲଥ୍ କ୍ଲାଉଡ ଓ ଏଜେଂଟଫୋର୍ସକୁ ଏକତ୍ରିତ କରି ଆମେ ଉକ୍ରଳ ହସ୍ପିଟାଲକୁ ରୋଗୀଙ୍କ ତଥ୍ୟ ସଂଗ୍ରହ କରିବା, ଜଟିଳ ପ୍ରକ୍ରିୟାଗୁଡିକୁ ଅଟୋମେଟ କରିବା ଏବଂ ଅଧିକ ବ୍ୟକ୍ତିଗତ ଓ ଦକ୍ଷ ସେବା ପ୍ରଦାନ କରିବାରେ ସାହାଯ୍ୟ କରୁଛୁ । ଓଡିଶାର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନକୁ ଏକ ଡିଜିଟାଲ-ପ୍ରଥମ ହସ୍ପିଟାଲରେ ପରିଣତ ହେବା ପାଇଁ ଏହାର ଯାତ୍ରାରେ ସହଯୋଗ କରିବା ଏବଂ ଅଂଚଳ ପାଇଁ ନୂଆ ବେଂଚମାର୍କ ସ୍ଥାପନ କରିବା ଲାଗି  ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ ଅଟେ ।”
    ଉକ୍ରଳ ହସ୍ପିଟାଲର ସିଇଓ ବି.କେ. ସୁବୋଧ ସିଂହ କହିଛନ୍ତି, “ଉକ୍ରଳ ହସ୍ପିଟାଲରେ ଆମର ଲକ୍ଷ୍ୟ ହେଉଛି ଉଦ୍ଭାବନ ଓ ଟେକ୍ନୋଲୋଜି ମାଧ୍ୟମରେ ଉକ୍ରୃଷ୍ଟ ରୋଗୀ ସେବା ପ୍ରଦାନ କରିବା । 
    କୋସର୍ଭ ସଫ୍ଟୱେୟାର ସଲୁ୍ୟଶନ୍ସର ପାର୍ଟନର ଅରୁଣ ପରିଜା କହିଛନ୍ତି, “ଉକ୍ରଳ ହସ୍ପିଟାଲକୁ ଏହାର ଡିଜିଟାଲ ରୂପାନ୍ତରଣ ଯାତ୍ରାରେ ସହଯୋଗ କରି ଓ ମାର୍ଗଦର୍ଶନ ପ୍ରଦାନ କରି କୋସର୍ଭ  ସ୍ୱାସ୍ଥ୍ୟସେବା ପରିଦୃଶ୍ୟ ଉପରେ ଗଭୀର ସୂଚନା ଏବଂ ସେଲ୍ସଫୋର୍ସକୁ ପ୍ରଭାବୀ ରୂପେ ଉପଯୋଗ କରିବା ପାଇଁ ଆବଶ୍ୟକ ରଣନୈତିକ ଦୃଷ୍ଟିକୋଣ ଆଣିଛି, ଯାହା ଏହାକୁ ଉଭୟ ଅନ୍ତର୍ଦୃଷ୍ଟି ଓ ସହଯୋଗିତା କ୍ଷେତ୍ରରେ ଏକ ବ୍ୟବସାୟିକ ବିଜୟରେ ପରିଣତ କରୁଛି।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook