Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

UTKAL DIVAS

ମୁଖ୍ୟ ଖବର

    ଏମିତି ଥିଲା ୧୯୩୬ ମସିହା ଏପ୍ରିଲ୍‌ ୧

    Share on :
    ajab-Image
    Date: Mar 30, 2023    Views: 4617

    ଭୁବନେଶ୍ୱର : ୧୯୩୬ରୁ ଏପ୍ରିଲ୍‌ ୧ ତାରିଖକୁ ଉତ୍କଳ ଦିବସ ବୋଲି ପାଳନ କରଯାଇଥାଏ  । ଏହି ଦିନ ନୂଆ ରାଜ୍ୟ ଭାବେ ଉତ୍କଳ ଗଠନ ହୋଇଥିଲା  । କେହି କେହି ଏହାକୁ ଓଡ଼ିଶା ଦିବସ ବୋଲି ମଧ୍ୟ କହିଥାନ୍ତି  । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ  । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ୍‌ ଶାସନରୁ ଓଡ଼ିଶା ଅଲଗା ହୋଇଥିଲା  । ଏହାକୁ ଏକ ଅଲଗା ରାଜ୍ୟ ଭାବେ ଗଢିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନେକ ଅବଦାନ ରହିଛି  । ଏଥିପାଇଁ ଏହି ମହାପରୁଷଙ୍କ ନେତୃତ୍ୱରେ ଏକ ବିରାଟ ଆନ୍ଦୋଳନ ତେଜିଥିଲା  ।

    ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଗଠନ କରାଯାଇଥିଲା  । ସାର୍‌ ଅଷ୍ଟିନ୍‌ ହବାକ୍‌ ଓଡିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ  । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା  । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା  । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା  । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ। ଏବେ ଓଡ଼ିଶାରେ ୩୦ଟି ଜିଲ୍ଲା ରହିଛି  । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ  ।

    ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ମହାପୁରୁଷମାନେ ଖଣ୍ଡ ବିଖଣ୍ଡିତ ଓଡିଶାକୁ ଏକାଠି କରିଥିଲେ  । ବିଚ୍ଛନ ଓଡିଶାକୁ ଏକତ୍ର କରିବା ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ, ତାହା ଓଡିଶାବାସୀ କେବେ ଭୁଲି ପାରିବେ ନାହିଁ  ।

    Maximum 500 characters

    UTKAL DIVAS View all

    Find Us on Facebook