Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

UTKAL DIVAS

ମୁଖ୍ୟ ଖବର

    କାହିଁକି ପାଳନ କରାଯାଏ ଉତ୍କଳ ଦିବସ ?

    Share on :
    ajab-Image
    Date: Mar 30, 2023    Views: 4316

    ଭୁବନେଶ୍ୱର: ୧୯୩୬ରୁ ଏପ୍ରିଲ୍‌ ୧ ତାରିଖକୁ ଉତ୍କଳ ଦିବସ ବୋଲି ପାଳନ କରାଯାଇଥାଏ  । ଏହି ଦିନ ନୂଆ ରାଜ୍ୟ ଭାବେ ଉତ୍କଳ (ଓଡିଶା) ଗଠନ ହୋଇଥିଲା  । କେହି କେହି ଏହାକୁ ଓଡ଼ିଶା ଦିବସ ବୋଲି ମଧ୍ୟ କହିଥାନ୍ତି  । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ  । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ୍‌ ଶାସନରୁ ଓଡ଼ିଶା ଅଲଗା ହୋଇଥିଲା  । ଏହାକୁ ଏକ ଅଲଗା ରାଜ୍ୟ ଭାବେ ଗଢିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନେକ ଅବଦାନ ରହିଛି  । ଏଥିପାଇଁ ଏହି ମହାପରୁଷଙ୍କ ନେତୃତ୍ୱରେ ଏକ ବିରାଟ ଆନ୍ଦୋଳନ ତେଜିଥିଲା  । ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଗଠନ କରାଯାଇଥିଲା  । ସାର୍‌ ଅଷ୍ଟିନ୍‌ ହବାକ୍‌ ଓଡିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ  । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା  । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା  । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ  ।

    ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ମହାପୁରୁଷମାନେ ଖଣ୍ଡ ବିଖଣ୍ଡିତ ଓଡିଶାକୁ ଏକାଠି କରିଥିଲେ  । ବିଚ୍ଛିନ୍ନ ଓଡିଶାକୁ ଏକତ୍ର କରିବା ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ, ତାହା ଓଡିଶାବାସୀ କେବେ ଭୁଲି ପାରିବେ ନାହିଁ  । ମାତ୍ର ଦୁଃଖର କଥା ଯେ, ଆଜକୁ ୮୪ ବର୍ଷ ତଳେ ମଧୁ ବାବୁ ଯେଉଁ ସ୍ୱପ୍ନ ନେଇ ସ୍ୱତନ୍ତ୍ର ଉତ୍କଳର ଚିନ୍ତା କରିଥିଲେ, ତାହା ପରବର୍ତ୍ତୀ ପିଢି ନଷ୍ଟଭ୍ରଷ୍ଟ କରି ଦେଇଛନ୍ତି  । ଖଣି, ଖାଦାନ, ଜଙ୍ଗଲ, ଜଳରେ ପରିପୂର୍ଣ୍ଣ ଓଡିଶା  । ଓଡିଶାରେ ସବୁ ଥାଇ ମଧ୍ୟ ଆମ ରାଜ୍ୟର ଲୋକେ ଗରୀବ ହୋଇ ରହିଛନ୍ତି  । ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଋଣରେ ବୁଡି ଗଲେଣି  । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡିଶାରେ କାମ ମିଳୁ ନଥିବାରୁ ପେଟ ପୋଷିବା ପାଇଁ ଓଡିଆ ଲୋକ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଉଛନ୍ତି  ।

    Maximum 500 characters

    UTKAL DIVAS View all

    Find Us on Facebook