ମୁଖ୍ୟ ଖବର
ନୂଆଦିଲ୍ଲୀ: ୟୁପିଏସସି ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ଫଳ ପ୍ରକାଶ ପାଇଛି । ଅନୁଜ ଅଗ୍ନିହୋତ୍ରୀ ଆଇଏଏସ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ରାଜେଶ୍ୱରୀ ଶୁଭେ ଏମ୍ ଓ ତୃତୀୟରେ ଆକାଂଶ ଧୂଲ ଅଛନ୍ତି । ସେହିପରି ଚତୁର୍ଥରେ ରାଘବ ଝୁନଝୁନୱାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଆରୋରା, ସପ୍ତମରେ ରାହାଜ ମହାଇଦ୍ଧିନ, ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ ଓ ଦଶମରେ ଉଜ୍ଜ୍ୱଳ ପ୍ରିୟଙ୍କ ରହିଛନ୍ତି । ମୋଟ ୯୫୮ ଜଣ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।
ପ୍ରିଲିମ୍ସ ପରୀକ୍ଷା ୨୫ ମେ ୨୦୨୫ରେ ଅନୁଷ୍ଠିତ ହୋଇଥିଲା। ମେନ୍ ପରୀକ୍ଷା ୨୨ ଅଗଷ୍ଟ ରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଶେଷ ପର୍ଯ୍ୟାୟ, ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର, ୨୭ ଫେବୃଆରୀ, ୨୦୨୬ ରେ ଶେଷ ହୋଇଥିଲା।
ପରୀକ୍ଷାର୍ଥୀମାନେ ୟୁପିଏସସିର ଅଫିସିଆଲ୍ ୱେବସାଇଟ୍ upsc.gov.in ଏବଂ upsconline.nic.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ।
Comments ସମସ୍ତ ମତାମତ