Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା

    Share on :
    ajab-Image
    Date: Feb 5, 2026    Views: 2590

    ନୂଆଦିଲ୍ଲୀ: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ ମୋଟ ୯୩୩ ଖାଲି ପଦବୀ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଥିବାବେଳେ ଉଚ୍ଚ ପ୍ରଶାସନିକ ସେବା ପରୀକ୍ଷାରେ ସଂସ୍କାର ପାଇଁ କେତେକ ନୂଆ ନିୟମ ଅଣାଯାଇଛି। ତଦନୁସାରେ ‘ଓ୍ବାନ୍‌ ଟାଇମ୍‌ ଅପର୍ଚୁନିଟି’ ଅନୁଯାୟୀ କୌଣସି ପରୀକ୍ଷାର୍ଥୀ ଥରେ ଉତ୍ତୀର୍ଣ୍ଣ ହୋଇଥିଲେ ଇମ୍ପ୍ରୁଭ୍‌ମେଣ୍ଟ ପାଇଁ ସେ ଆଉ ଥରେ ପରୀକ୍ଷା ଦେଇପାରିବେ ନାହିଁ। ସେହିପରି ଜାଲିଆତି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ଫେସିଆଲ ଆଇଡେଣ୍ଟିଫିକେଶନ୍‌ (ଚେହେରା ଚିହ୍ନଟ)କୁ ବାଧ୍ୟତାମୂଳକ କରାଯାଇଛି।ୟୁପିଏସ୍‌ସି ପକ୍ଷରୁ ଜାରି ସଦ୍ୟ ବିଜ୍ଞପ୍ତି ଅନୁସାରେ ପ୍ରଶାସନିକ ପଦବୀରେ ରହିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଫେବୃଆରୀ ୪ରୁ ୨୪ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ପରୀକ୍ଷା ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ୟୁପିଏସ୍‌ସିର ଓ୍ବେବ୍‌ସାଇଟ୍‌ upsc.gov.in. ସିଏସ୍‌ଇ୨୦୨୬ରେ ପ୍ରଦତ୍ତ ଯୋଗ୍ୟତା, କଟକଣା, ଆବେଦନ ଫି’ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିବରଣୀ ସମ୍ପର୍କିତ ନିୟମଗୁଡ଼ିକୁ ପଢ଼ିବା ପାଇଁ ପରାମର୍ଶ ଦିଆଯାଇଛି। ଏଥର ୯୩୩ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିବାବେଳେ ସେଥିରୁ ୩୩ ଦିବ୍ୟାଙ୍ଗ, ୭ ଦୃଷ୍ଟିବାଧିତ, ୧୧ ମୂକ ଓ ଶ୍ରବଣବାଧିତ ବ୍ୟକ୍ତିଙ୍କ ସକାଶେ ସଂରକ୍ଷିତ ରଖାଯାଇଛି। ସେହିପରି ଲେପ୍ରୋସି ଆରୋଗ୍ୟ, ଏସିଡ୍‌ ଆକ୍ରମଣର ଶିକାର, ମାଂସପେଶୀଗତ ଅକ୍ଷମତା ଥିବା ବ୍ୟକ୍ତିଙ୍କ ପାଇଁ ୮ ପଦବୀ ସଂରକ୍ଷିତ ରଖାଯାଇଛି। ନୂଆ ନିୟମ ଅନୁଯାୟୀ ଜଣେ ପ୍ରାର୍ଥୀ ଭାରତୀୟ ପୋଲିସ ସେବା (ଆଇପିଏସ୍‌), ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଏବଂ ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଭଳି ଗ୍ରୁପ୍‌ ‘ଏ’ ସର୍ଭିସ୍‌ରେ ଥରେ କୃତକାର୍ଯ୍ୟ ହୋଇଥିଲେ ଆଉ ଥରେ ପରୀକ୍ଷା ଦେଇପାରିବେ ନାହିଁ। ପରୀକ୍ଷାରେ ପାସ୍‌ ହୋଇ ନିଯୁକ୍ତି ପାଇସାରିଥିଲେ ସମ୍ପୃକ୍ତ ବ୍ୟକ୍ତି ଜଣକ ୟୁପିଏସ୍‌ସି ସଦସ୍ୟ ରୂପେ ପରିଗଣିତ ହେଉଥିବାରୁ ତାଙ୍କୁ ସିଏସ୍‌ଇ ୨୦୨୬ ପରୀକ୍ଷା ଦେବାକୁ ବାରଣ କରାଯାଇଛି।
    ଏହି ସର୍ବଭାରତୀୟ ସେବା ପରୀକ୍ଷାରେ ଜାଲିଆତି ଅଭିଯୋଗ ଆସୁଥିବାରୁ ଜଣେ ପରୀକ୍ଷାର୍ଥୀଙ୍କ ପରିବର୍ତ୍ତେ ଅନ୍ୟ ଜଣେ ଯେପରି ତାଙ୍କ ପାଇଁ ପରୀକ୍ଷା ଦେଇ ନ ପାରିବେ, ତାହା ସୁନିଶ୍ଚିତ କରିବା ଲାଗି ‘ମୁହଁ ଚିହ୍ନଟ’ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯାଇଛି। କେବଳ ଆଡ୍‌ମିଟ୍‌ କାର୍ଡ ଧରି ପରୀକ୍ଷା କେନ୍ଦ୍ରକୁ ଗଲେ କିମ୍ବା ସେଠାରେ ବାୟୋମେଟ୍ରିକ୍‌ ଜରିଆରେ ପରୀକ୍ଷା ହଲ୍‌କୁ ଛଡ଼ାଯିବ ନାହଁ। ପରୀକ୍ଷା ଦେବା ପୂର୍ବରୁ ପ୍ରାର୍ଥୀ ଫେସିଆଲ ରିକଗ୍ନିଶନ ପ୍ରକ୍ରିୟା ଦେଇ ଗତି କରିବେ। ପ୍ରବେଶ ଦ୍ୱାରରେ ଏକ ସ୍କାନର ରହିବ। ଉକ୍ତ ସ୍କାନର ପରୀକ୍ଷାର୍ଥୀଙ୍କ ଚେହେରାର ଲାଇଭ୍‌ ସ୍କାନ କରିବ। ତାକୁ ଆବେଦନ ଫର୍ମରେ ସଂଲଗ୍ନ ଫଟୋ ସହ ତତ୍କାଳ ମେଳ କରାଯିବ। ମେଳ ନ ଖାଇଲେ ନକଲି ପରୀକ୍ଷାର୍ଥୀ ବୋଲି ଜଣାପଡ଼ିବ ଓ ତାଙ୍କୁ ଭିତରକୁ ଛଡ଼ାଯିବ ନାହିଁ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook