Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୟୁପିଏସ୍‌ସି, ପିଏସ୍‌ସି ଅଧ୍ୟକ୍ଷଙ୍କ ସମ୍ମିଳନୀ: ‘ନିଯୁକ୍ତି ପ୍ରକ୍ରିୟାରେ ସାଧୁତା, ନିଷ୍ଠାକୁ ଅଗ୍ରାଧିକାର ଦିଆଯାଉ’

    Share on :
    ajab-Image
    Date: Dec 20, 2025    Views: 2807

    ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟାରେ ସାଧୁତା ଓ ନିଷ୍ଠାକୁ ସର୍ବୋଚ୍ଚ ଅଗ୍ରାଧିକାର ଦେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ବାନ ଦେଇଛନ୍ତି। ଶୁକ୍ରବାର ହାଇଦରାବାଦରେ ଅନୁଷ୍ଠିତ ୟୁପିଏସ୍‌ସି ଓ ରାଜ୍ୟ ପିଏସ୍‌ସି (ଲୋକ ସେବା ଆୟୋଗ) ଅଧ୍ୟକ୍ଷଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଶ୍ରୀମତୀ ମୁର୍ମୁ ଆହୁରି କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟାରେ ସମସ୍ତଙ୍କୁ ଯେପରି ସମାନ ସୁଯୋଗ ମିଳେ, ସେଥିପ୍ରତି ଧ୍ୟାନ ଦିଆଯିବା ଉଚିତ। ଏହି ଅବସରରେ ରାଷ୍ଟ୍ରପତି ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଉପରେ ଆଲୋକପାତ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କୁ ଯେପରି ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ମିଳିବ, ସେଥିପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଛି।

    ପ୍ରଶାସନିକ ଅଧିକାରୀଙ୍କୁ ମନୋନୀତ କରିବା ସମୟରେ ଏହି ପ୍ରସଙ୍ଗଗୁଡିକୁ ଧ୍ୟାନ ଦିଆଗଲେ ରାଜ୍ୟ/ଜାତୀୟ ସ୍ତରରେ ଲୋକାଭିମୁଖି ଯୋଜନାକୁ ସଫଳତାର ସହ କାର୍ୟ୍ୟକାରୀ କରିହେବ ବୋଲି ରାଷ୍ଟ୍ରପତି କହିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ସରକାର ଯେଉଁ ଉଦ୍ୟମ ଚଳାଇଛନ୍ତି, ସେଥିପାଇଁ ଫଳପ୍ରଦ ପ୍ରଶାସନିକ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ କହିଛନ୍ତି। ଉତ୍ସବରେ ଯୋଗଦେଇ ତେଲଙ୍ଗାନା ରାଜ୍ୟପାଳ ଜିଷ୍ଣୁଦେବ ବର୍ମା କହିଛନ୍ତି ଯେ ନିଯୁକ୍ତିି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରିବା ଜରୁରୀ। ସମ୍ମିଳନୀରେ ୟୁପିଏସ୍‌ସି ଅଧ୍ୟକ୍ଷ ଅଜୟ କୁମାରଙ୍କ ସହ ୨୪ ରାଜ୍ୟ ପିିଏସ୍‌ସି ଅଧ୍ୟକ୍ଷ ଯୋଗଦେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook