Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଡିଜିଟାଲ ନେଣଦେଣ ଉପରେ ଲାଗିବ ଟିକସ

    Share on :
    ajab-Image
    Date: Aug 7, 2026    Views: 2679

    ନୂଆଦିଲ୍ଲୀ: ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଚାର୍ଜ (ଟିକସ) ଲଗାଇବା ପାଇଁ ସରକାର ବ୍ୟାଙ୍କଗୁଡ଼ିକୁ କ୍ଷମତା ପ୍ରଦାନ କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ଆଣିଥିବା ‘ଦ ଟ୍ୟାକ୍ସେସନ୍ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍’ ଗୁରୁବାର ଲୋକସଭାରେ ଗୃହୀତ ହୋଇଛି। ଏହି ବିଲ୍ ମାଧ୍ୟମରେ ସରକାର ‘ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟ, ୨୦୦୭’ ର ଧାରା ୧୦-ଏ ରେ ସଂଶୋଧନ କରିବେ। ପୂର୍ବରୁ ଏହି ଆଇନ ଅନୁଯାୟୀ ୟୁପିଆଇ କାରବାର ଉପରେ କୌଣସି ପ୍ରକାରର ଶୁଳ୍କ ବା ଚାର୍ଜ ଲଗାଇବା ପାଇଁ କଟକଣା କିମ୍ବା ଆଇନଗତ ପ୍ରତିବନ୍ଧକ ରହିଥିଲା।
    ବର୍ତ୍ତମାନ ଏହି କଟକଣାକୁ ହଟାଇ ଦିଆଯାଇଛି। ଏହି ସଂଶୋଧନ ପରେ କେନ୍ଦ୍ର ସରକାର ଆବଶ୍ୟକସ୍ଥଳେ ବିଜ୍ଞପ୍ତି ଜରିଆରେ ବ୍ୟାଙ୍କ ଏବଂ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର୍‌ମାନଙ୍କୁ ନିର୍ଦ୍ଦିଷ୍ଟ ଡିଜିଟାଲ୍ ପେମେଣ୍ଟ ମୋଡ୍ ଯଥା ୟୁପିଆଇ ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ ବା ଚାର୍ଜ ଧାର୍ଯ୍ୟ କରିବାକୁ ଅନୁମତି ଦେଇପାରିବେ। ଆର୍‌ଟିଜିଏସ୍‌ ଓ ଏନଇଏଫଟି ଭଳି ଡିଜିଟାଲ୍ ପେମେଣ୍ଟରେ ସର୍ଭିସ୍ ଚାର୍ଜ ଲାଗୁଥିବା ବେଳେ ଏଯାବତ୍ ୟୁପିଆଇ ସଂପୂର୍ଣ୍ଣ ମାଗଣା ରହିଛି। ଦେଶରେ ଡିଜିଟାଲ୍ ପେମେଣ୍ଟର ଭିତ୍ତିଭୂମି କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହାକୁ ସଞ୍ଚାଳନ କରୁଥିବା ବ୍ୟାଙ୍କ, ପେମେଣ୍ଟ ଗେଟୱେ ପାଇଁ ଏକ ସ୍ଥାୟୀ ରାଜସ୍ୱ ମଡ଼େଲ୍ ପ୍ରସ୍ତୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସରକାର ଦର୍ଶାଇଛନ୍ତି। ବିଲ୍‌ ପାସ୍ ହେବା ସତ୍ତ୍ୱେ ସରକାର ତତ୍‌କ୍ଷଣାତ୍ ସାଧାରଣ ଉପଭୋକ୍ତାଙ୍କ ପାଇଁ ୟୁପିଆଇ କାରବାରକୁ ମହଙ୍ଗା କରିନାହାନ୍ତି। ଏହା କେବଳ ସରକାରଙ୍କୁ ଆଗାମୀ ଦିନରେ ଆବଶ୍ୟକତା ଅନୁଯାୟୀ ନିୟମ ପ୍ରଣୟନ କରିବା ପାଇଁ ଏକ ଆଇନଗତ ରାସ୍ତା ଫିଟାଇ ଦେଇଛି। ବିଶେଷଜ୍ଞଙ୍କ ମତରେ ଭବିଷ୍ୟତରେ ବଡ଼ ଧରଣର ବ୍ୟାବସାୟିକ କାରବାର କିମ୍ବା ନିର୍ଦ୍ଦିଷ୍ଟ ପରିମାଣ ଉପରେ ସାମାନ୍ୟ ଚାର୍ଜ ଲାଗୁ କରାଯାଇପାରେ। ଯାହା ଦ୍ୱାରା ସାଧାରଣ ଗ୍ରାହକମାନେ ପରୋକ୍ଷରେ ପ୍ରଭାବିତ ହେବେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook