Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୟୁପିଆଇ ଶୁଳ୍କ ନିଷ୍ପତ୍ତି ପ୍ରତ୍ୟାହାର ହେବ ନାହିଁ

    Share on :
    ajab-Image
    Date: Sep 17, 2026    Views: 3232

    ନୂଆଦିଲ୍ଲୀ: ୟୁପିଆଇ କାରବାର ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମ୍‌ଡିଆର) ଶୁଳ୍କ ଲାଗୁ କରିବା ଲାଗି ହୋଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଶୁଳ୍କ ଲାଗୁ ନିଷ୍ପତ୍ତିକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିବା ସହ ପ୍ରତ୍ୟାହାର ପାଇଁ ଦାବି କରିଥିବାବେଳେ ସରକାର ଏପରି କହିଛନ୍ତି। ସରକାର କହିଛନ୍ତି ଏମଡିଆର ଶୁଳ୍କ ଲାଗୁ ନିଷ୍ପତ୍ତି ହଠାତ୍ ନିଆଯାଇ ନାହିଁ। ଏ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପରେ ନିୟମ ପ୍ରଣୟନ କରାଯାଇ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଏହି ଶୁଳ୍କ ଦ୍ବାରା ସାଧାରଣ ଗ୍ରାହକ ପ୍ରଭାବିତ ହେବେ ନାହିଁ ବୋଲି ସରକାର କହିଛନ୍ତି। ସୋସିଆଲ ମିଡିଅା ‘ଏକ୍ସ’ ମାଧ୍ୟମରେ ଅଭିଯୋଗ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାର ଆମେରିକା କମ୍ପାନୀଗୁଡିକର ଚାପରେ ଆସି ଏହି ଶୁଳ୍କ ନିଷ୍ପତ୍ତି ନେଇଛନ୍ତି। ତେଣୁ ମୋଦୀ ସରକାର ଏପରି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ନିବେଦନ କରିଛନ୍ତି। ସେପ୍ଟେମ୍ବର ୧୪ରେ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର କ୍ଷେତ୍ରରେ ବ୍ୟବସାୟୀ ମାନଙ୍କୁ ୦.୪% ଶୁଳ୍କ ଦେବାକୁ ପଡିବ। ଏଥିପାଇଁ ଗ୍ରାହକଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ। ସେହିପରି ବ୍ୟକ୍ତି-ରୁ-ବ୍ୟକ୍ତି (ଯେପରି କି ସାଙ୍ଗସାଥୀ କିମ୍ବା ପରିବାରକୁ ଟଙ୍କା ପଠାଇବା) ଓ ସେଲ୍‌ଫ-ଟ୍ରାନ୍ସଫର କ୍ଷେତ୍ରରେ ୟୁପିଆଇକୁ ସମ୍ପୂର୍ଣ୍ଣ ଦେୟ ମୁକ୍ତ କରାଯାଇଛି। ୟୁପିଆଇ ଶୁଳ୍କର ସର୍ବାଧିକ ସୀମା ୩୦୦ ଟଙ୍କା ରଖାଯାଇଛି। ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କ୍ୟୁଆର ମାଧ୍ୟମରେ ଟଙ୍କା ଗ୍ରହଣ କରୁଥିବା ଛୋଟ ଦୋକାନୀ ଓ ବ୍ୟବସାୟୀମାନଙ୍କୁ ଏହି ଶୁଳ୍କରୁ ଛାଡ଼ ଦିଆଯାଇଛି। ତେଣୁ ଏହାଦ୍ବାରା ବିଶେଷ ଭାବେ କେହି ପ୍ରଭାବିତ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ବିଜେପି କହିଛି ଯେ କଂଗ୍ରେସ ଏହି ବିଷୟରେ ମିଥ୍ୟା ପ୍ରଚାର କରୁଛି, କାରଣ ଗ୍ରାହକଙ୍କ ପକେଟରୁ କୌଣସି ଅତିରିକ୍ତ ଟଙ୍କା କଟାଯିବ ନାହିଁ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook