Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୟୁପିଆଇ ଉପରେ ଶୁଳ୍କ ; ସାଧାରଣ ଗ୍ରାହକ ଓ ଛୋଟ ବ୍ୟବସାୟୀଙ୍କୁ ଛାଡ଼

    Share on :
    ajab-Image
    Date: Aug 8, 2026    Views: 2285

    ନୂଆଦିଲ୍ଲୀ : ସମ୍ପ୍ରତି ୟୁପିଆଇ କାରବାର ଉପରେ ଶୁଳ୍କ ଧାର୍ଯ୍ୟ କରାଯିବାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭବିଷ୍ୟତରେ ଯଦି ୟୁପିଆଇ ଉପରେ କୌଣସି ଶୁଳ୍କ ଲାଗୁ ହୁଏ ତେବେ ଏହା ସାଧାରଣ ଗ୍ରାହକ ଓ ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଲାଗୁ ହେବ ନାହିଁ। ଏହା କେବଳ ବଡ଼ ବଡ଼ ଅନଲାଇନ୍ ସପିଂ ୱେବସାଇଟ୍ କିମ୍ବା ବଡ଼ ବ୍ୟବସାୟୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରେ। ପେମେଣ୍ଟ୍ସ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ସ୍ପଷ୍ଟ କରିଛି ଯେ ୨୦୧୬ ମସିହାରୁ ୟୁପିଆଇ ଯେପରି ସାଧାରଣ ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିଛି, ଆଗକୁ ମଧ୍ୟ ସେହିପରି ମାଗଣା ରହିବ। ଗ୍ରାହକମାନେ ଟଙ୍କା ପଠାଇବା ପାଇଁ କୌଣସି ଅତିରିକ୍ତ ଦେୟ ଦେବେ ନାହିଁ। ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାର ଭିତ୍ତିଭୂମିକୁ ଆହୁରି ମଜଭୁତ କରିବା, ସାଇବର ସୁରକ୍ଷା ବୃଦ୍ଧି କରିବା ଓ ୟୁପିଆଇ ପ୍ରକ୍ରିୟା ନିରନ୍ତର ବିକାଶ ପାଇଁ ଆର୍ଥିକ ସହାୟତା ବା ପାଣ୍ଠିର ଆବଶ୍ୟକତା ରହିଛି ବୋଲି ସୂତ୍ରରୁ ପ୍ରକାଶ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook