Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୁହାଁମୁହିଁ ହେଲେ ଉପାସନା ଓ ସଞ୍ଜୟ

    Share on :
    ajab-Image
    Date: Dec 17, 2025    Views: 3117

    ଭୁବନେଶ୍ୱର: ପୁରୀ ଜିଲା ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ହେଲେ ବିଧାୟିକା ଉପାସନା ମହାପାତ୍ର ଓ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା। ହରିଦାସ ଗାଁ ଲୋକଙ୍କ ଉପରେ ବର୍ବର ଆକ୍ରମଣ ହୋଇଛି କହିଲେ ସଞ୍ଜୟ ଦାସବର୍ମା । ୫ ଶହ ଫୋର୍ସ ନେଇ ଗାଁ ଲୋକଙ୍କୁ ଆକ୍ରମଣ ଓ ଗିରଫ କରାଯାଇଛି। ମୋ ୩ ଦଶନ୍ଧିରେ ରାଜନୀତିରେ ବ୍ରହ୍ମଗିରିରେ ଏହା ହୋଇ ନଥିଲା ବୋଲି ସଞ୍ଜୟ କହିଛନ୍ତି।
    ଅନ୍ୟପକ୍ଷେ ଉପାସନା କହିଛନ୍ତି, ବ୍ରହ୍ମଗିରି ଉନ୍ନତିମୂଳକ କାର୍ୟ୍ୟକୁ ସହ୍ୟ କରିପାରୁ ନାହାଁନ୍ତି ଦାସବର୍ମା । ନିଜ ବିଫଳତାକୁ ଘଣ୍ଟ ଘୋଡ଼ାଇବାକୁ ସେ ଏସବୁ କାର୍ୟ୍ୟ କରୁଛନ୍ତି। ଅପାରଗ ନେତା, ଅପାରଗ ସରକାରରେ ସେ କାର୍ୟ୍ୟ କରିପାରିଲେନି। ଚାଷୀମାନଙ୍କର ସେହି ପ୍ରକଳ୍ପ ଆବଶ୍ୟକତା ରହିଛି ବୋଲି ଜବାବ ରଖିଛନ୍ତି ଉପାସନା।

    Maximum 500 characters

    ରାଜନୀତି View all

    Find Us on Facebook