Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

    Share on :
    ajab-Image
    Date: May 22, 2026    Views: 3661

    ଭୁବନେଶ୍ୱର: ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ ସୃଷ୍ଟି ହୋଇଥିବା ଆର୍ଥିକ ଭାର ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ବହନ କରିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ଗୁରୁବାର ସମସ୍ତ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ଚିଠି ଲେଖି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

    ଚିଠିରେ ଉଲ୍ଲେଖ ରହିଛି ଯେ, କେତେକ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ପୂର୍ବାନୁମୋଦନ ବିନା ଅନୁମୋଦିତ ଓ ଅଣନୁମୋଦିତ ପଦବୀରେ ନିଯୁକ୍ତି କରାଯାଇଛି। ଏହି କର୍ମଚାରୀମାନେ ପରେ ନିୟମିତକରଣ ପାଇଁ ଦାବି କରୁଛନ୍ତି। ଏନେଇ ବିଭିନ୍ନ ମାମଲା କୋର୍ଟରେ ଚାଲୁଛି। ଏହଦ୍ୱାରା ରାଜ୍ୟ ସରକାର ଓ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ଭାର ବଢ଼ିବାରେ ଲାଗିଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ-୧୯୮୯ର ଧାରା-୨୨ ଅନୁଯାୟୀ କୌଣସି ପଦବୀ ସୃଷ୍ଟି ପାଇଁ ସରକାରଙ୍କ ଅନୁମୋଦନ ଆବଶ୍ୟକ। ଏହି ଅନୁମୋଦନ ଓ ନିର୍ଦ୍ଧାରିତ ନିୟମ ପ୍ରକ୍ରିୟା ବିନା କରାଯାଇଥିବା ନିଯୁକ୍ତି ଆଇନସମ୍ମତ ନୁହେଁ। ଏପରି ବେଆଇନ ନିଯୁକ୍ତି ପାଇଁ ଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୧ରୁ ରାଜ୍ୟ ସରକାର ନିୟମିତ ନନ୍‌-ଟିଚିଂ ପଦବୀ ପାଇଁ ନିଯୁକ୍ତି କରୁଛନ୍ତି। କିନ୍ତୁ କେତେକ ବ୍ୟକ୍ତି ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ଚୟନ ହେବା ପରିବର୍ତ୍ତେ ବ୍ୟାକ-ଡୋର୍‌ ଏଣ୍ଟ୍ରି ମାଧ୍ୟମରେ ନିୟମିତକରଣ ପାଇଁ ଚେଷ୍ଟା କରୁଛନ୍ତି। ଏହା ସରକାରୀ ନିଯୁକ୍ତି ବ୍ୟବସ୍ଥାର ସ୍ବଚ୍ଛତା ଓ ସମାନ ସୁଯୋଗ ନୀତିକୁ କ୍ଷୁଣ୍ଣ କରୁଥିବା ଚିଠିରେ ଉଲ୍ଲେଖ ରହିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook