ମୁଖ୍ୟ ଖବର
ନୂଆଦିଲ୍ଲୀ : କମାଲ କଲା ଭାରତର ଯୁବ ବାହିନୀ । ଅଣ୍ଡର-୧୯ ବିଶ୍ବକପରେ ହାତେଇଲା ଟାଇଟଲ୍ । ଇଂଲଣ୍ଡ ୧୦୦ ରନରେ ପରାସ୍ତ କରି ଷଷ୍ଠଥର ପାଇଁ ବିଶ୍ବବିଜୟୀ ହୋଇଛି । ଭାରତ ୪୧୨ ରନର ବିଶାଳ ଲକ୍ଷ୍ୟ ଦେଇଥିବାବେଳେ ଇଂଲଣ୍ଡ ୩୧୧ ରନରେ ଅଲଆଉଟ୍ ହୋଇଛି । ଫଳରେ ଭାରତ ଶହେ ରନରେ ଜିତିନେଇଛି ।
ଏହି ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଭାରତୀୟ ବ୍ୟାଟିଂର ମୁଖ୍ୟ ଆକର୍ଷଣ ସାଜିଥିଲେ ବୈଭବ ସୂର୍ଯ୍ୟବଂଶୀ । ବୈଭବ ମାତ୍ର ୫୫ଟି ବଲରେ ଶତକ ଅର୍ଜନ କରିବା ପରେ ନିଜର ୧୫୦ ରନ ପୂରଣ କରିବାକୁ ଆଉ ମାତ୍ର ୧୬ଟି ବଲ ନେଇଥିଲେ । ଶେଷରେ ସେ ମାତ୍ର ୮୦ଟି ବଲରୁ ୧୭୫ ରନ କରିବା ପରେ ମ୍ୟାନି ଲମ୍ସଡେନଙ୍କ ବଲରେ ଥମାସ ରିଉଙ୍କ ହାତରେ ଧରା ପଡ଼ିଥିଲେ । ନିଜର ଏହି ଇନିଂସରେ ସେ ଏପର୍ଯ୍ୟନ୍ତ ୧୫ଟି ଛକା ଓ ୧୫ଟି ଚୌକା ମାରିଥିଲେ ।
ବୈଭବ ସୂର୍ଯ୍ୟବଂଶୀଙ୍କ ବିଶାଳ ପାଳି ସହ ଅଧିନାୟକ ଆୟୂଷ ମାତ୍ରେ ୫୩, ଅଭିଜ୍ଞାନ କୁଣ୍ଡୁ ୪୦, କନିଷ୍କ ଚୌହ୍ବାନ ୩୭ ଏବଂ ବେଦାନ୍ତ ତ୍ରିବେଦୀ ୩୨ ରନ କରିବାରେ ସକ୍ଷମ ହୋଇଥିଲେ । ଭାରତ ପ୍ରଥମରୁ କ୍ରମଣାତ୍ମକ ବ୍ୟାଟିଂ କରି ୪୧୧ ରନ କରିଥିଲା । ୯ ଓ୍ବିକେଟ ବିନିମୟରେ ଭାରତ ଏହି ବିଶାଳ ସ୍କୋର କରିଥିବା ଇଂଲଣ୍ଡ ୩୧୧ ରନରରେ ଅଲଆଉଟ୍ ହୋଇଛି ।
Comments ସମସ୍ତ ମତାମତ