Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୧୯ ବର୍ଷରୁ କମ୍‌ ଏସିଆ କପ୍‌: ଫାଇନାଲରେ ହାରିଲା ଭାରତ

    Share on :
    ajab-Image
    Date: Dec 22, 2025    Views: 3137

     ୧୯ ବର୍ଷରୁ କମ୍‌ ଏସିଆ କପ୍ କ୍ରିକେଟ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ ହୋଇଛି। ପାକିସ୍ତାନୀ ଟିମ ଦ୍ବାରା ଧାର୍ୟ୍ୟ ହୋଇଥିବା ୩୪୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨୬.୨ ଓଭରରେ ୧୫୬ ରନ ସଂଗ୍ରହ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ଫାଇନାଲ ମ୍ୟାଚକୁ ପାକିସ୍ତାନ ୧୯୧ ରନରେ ଜିତି ନେଇଛି।

    ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ଭାରତୀୟ ବୋଲରମାନେ ପାକିସ୍ତାନକୁ କମ୍ ରନରେ ରୋକିବାରେ ବିଫଳ ହୋଇଥିଲେ। ପାକ୍ ବ୍ୟାଟ୍ସମ୍ୟାନ ସମୀର ମିନହାନଙ୍କ ବିସ୍ଫୋରକ ୧୭୨ ରନ(୧୧୩ ବଲ) ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ବିନିମୟରେ ୩୪୭ ରନ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ସର୍ବାଧିକ ୩ଟି ଉଇକେଟ ନେଇଥିବାବେଳେ ହେନିଲ ପଟେଲ ଓ ଖିଲାନ ପଟେଳ ୨ଟି ଏବଂ କନିଷ୍କ ଚୌହାନ ଗୋଟିଏ ଉଇକେଟ ନେଇଥିଲେ।

    ୩୪୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଓପନର ବୈଭବ ସୂର୍ୟ୍ୟବଂଶୀ ଏବଂ ଆୟୁଷ ମାତ୍ରେ ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ବୈଭବ ଗୋଟିଏ ପଟେ ରହି ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିବାବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଉଇକେଟର ପତନ ହୋଇଚାଲିଥିଲା। ଶେଷରେ​‌ ୩ୟ ଉଇକେଟରେ ବୈଭବ ଆଉଟ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବେଶୀ ସମୟ ତିଷ୍ଠି ପାରି ନ ଥିଲେ। ଦଳ ମାତ୍ର ୧୫୬ ରନରେ ଅଲଆଉଟ୍‌ ହୋଇଯାଇଥିଲା। ପାକିସ୍ତାନୀ ବୋଲର ଅଲି ରାଜା ସର୍ବାଧିକ ୪ ଉଇକେଟ ନେଇଥିବାବେଳେ ମହମ୍ମଦ ସୟମ, ହୁଜାଇଫା ଅସନ ଓ ଅବଦୁଲ ସୁଭାବ ୨ଟି ଲେଖାଏ ଉଇକେଟ ନେଇଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook