Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜାତିସଂଘର ନୂଆ ବିଶ୍ବ ମାନଚିତ୍ର ; ଅରୁଣାଚଳ ପ୍ରଦେଶ, ଅକ୍‌ସାଇ ଚୀନ ସ୍ବତନ୍ତ୍ର ଅଞ୍ଚଳ

    Share on :
    ajab-Image
    Date: Sep 9, 2026    Views: 2813

    ନୂଆଦିଲ୍ଲୀ: ଜାତିସଂଘ ଦ୍ୱାରା ପ୍ରକାଶିତ ନୂଆ ବିଶ୍ୱ ମାନଚିତ୍ରରେ ଭାରତର ଅରୁଣାଚଳ ପ୍ରଦେଶ ଓ ଅକ୍‌ସାଇ ଚୀନକୁ ସ୍ବତନ୍ତ୍ର ଓ ସ୍ବାଧୀନ ଅଞ୍ଚଳ ଭାବେ ଦର୍ଶାଯାଇଛି। ଭାରତ ଓ ଚୀନ ସୀମା ମଧ୍ୟରେ ଏହି ଦୁଇ ସ୍ଥାନକୁ ସ୍ବତନ୍ତ୍ର ଅଞ୍ଚଳ ଭାବେ ଦର୍ଶାଯିବାକୁ ଭାରତ ବିରୋଧ କରିଛି। ଅରୁଣାଚଳ ପ୍ରଦେଶ ଭାରତର ଅଞ୍ଚଳ ହୋଇଥିବାବେଳେ ଅକ୍‌ସାଇ ଚୀନକୁ ମଧ୍ୟ ଭାରତ ନିଜର ଅଞ୍ଚଳ ବୋଲି ଦାବି କରିଆସୁଛି। ନୂତନ ଜାତିସଂଘ ମାନଚିତ୍ରରେ ଅରୁଣାଚଳ ପ୍ରଦେଶର ଉତ୍ତର ସୀମାକୁ ଇଣ୍ଡିଆନ୍ ଲାଇନ୍ ଓ ଆସାମ ସଂଲଗ୍ନ ଦକ୍ଷିଣ ସୀମାକୁ ଚାଇନିଜ୍ ଲାଇନ୍ ଭାବେ ଦର୍ଶାଯାଇଛି। ସେହିପରି ଅକ୍‌ସାଇ ଚୀନ୍‌ର ପୂର୍ବ ସୀମାକୁ ଇଣ୍ଡିଆନ୍ ଲାଇନ୍ ଓ ଲଦାଖ ସହ ଯୋଡ଼ୁଥିବା ଅଞ୍ଚଳକୁ ଚାଇନିଜ୍ ଲାଇନ୍ ସହିତ ଅଲଗା କରାଯାଇଛି। ଜାତିସଂଘ ସାଧାରଣ ସଭାରେ ଗୃହୀତ ‘କରେକ୍ଟ ଦି ମ୍ୟାପ୍‌’ (ମାନଚିତ୍ର ସୁଧାର) ପ୍ରସ୍ତାବ ପରେ ଏହି ମାନଚିତ୍ର ସାମ୍ନାକୁ ଆସିଛି, ଯାହାର ଲକ୍ଷ୍ୟ ଥିଲା ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଠିକ୍ ଅଂଶ ଓ ପ୍ରତିନିଧିତ୍ୱ ଦେଖାଇବା। ଭାରତର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଭାରତ ସମାନ ଭୌଗୋଳିକ ପ୍ରତିନିଧିତ୍ୱକୁ ସମର୍ଥନ କରି ‘କରେକ୍ଟ ଦି ମ୍ୟାପ୍’ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲା। ଏହାର ଅର୍ଥ ନୁହେଁ ଯେ ଭାରତ କୌଣସି ନିର୍ଦିଷ୍ଟ ମାନଚିତ୍ର କିମ୍ବା ଜାତୀୟ ସୀମାର ଭୁଲ୍ ଚିତ୍ରଣକୁ ଗ୍ରହଣ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀର, ଲଦାଖ, ଅରୁଣାଚଳ ପ୍ରଦେଶ
    ଏବଂ ଅକସାଇ ଚୀନ ଭାରତର ସାର୍ବଭୌମ ଓ ଅବିଚ୍ଛେଦ୍ୟ ଅଙ୍ଗ। ଭାରତର ସରକାରୀ ମାନଚିତ୍ର ଅନୁଯାୟୀ ହିଁ ଏହାର ସୀମା ଦର୍ଶାଯିବା ଆବଶ୍ୟକ। କୌଣସି ଭ୍ରାନ୍ତ କିମ୍ବା ଅସତ୍ୟ ଚିତ୍ରଣ ଗ୍ରହଣଯୋଗ୍ୟ ନୁହେଁ।
    ଜାତିସଂଘ ଏହାର ସଂଶୋଧିତ ମାନଚିତ୍ର ଜାରି କରିବା ପୂର୍ବରୁ ମଧ୍ୟ ଭାରତ ଏ ନେଇ ସତର୍କ କରାଇଥିଲା। ଭାରତ କହିଥିଲା ଯେ ଅରୁଣାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର ଓ ଲଦାଖ ସମେତ ସମଗ୍ର ଅଞ୍ଚଳ ଭାରତର ସରକାରୀ ନକ୍ସା ହିସାବରେ ସ୍ଥାନ ପାଇବା ଉଚିତ। ଭାରତର କୌଣସି ଅଞ୍ଚଳକୁ ଅନୁଚିତ କିମ୍ବା ଭ୍ରମାତ୍ମକ ଭାବେ ଦର୍ଶାଇବାକୁ କେବେ ବି ସ୍ବୀକାର କରାଯିବ ନାହିଁ। ମିଳିତ ଜାତିସଂଘରେ ବିଶ୍ବ ମାନଚିତ୍ର ପରିବର୍ତ୍ତନ ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ ଦେଇଥିଲା। ବିଶ୍ବର ନୂଆ ମାନଚିତ୍ରରେ ଦେଶ ଓ ମହାଦେଶ ଗୁଡ଼ିକର ଆକାର ଓ ପ୍ରକୃତ କ୍ଷେତ୍ରଫଳ ଦର୍ଶାଯିବ ବୋଲି କୁହାଯାଇଥିଲା। ତେଣୁ ଭାରତ ଏହାକୁ ସମର୍ଥନ କରିଥିଲା। ତେବେ ଏହି ସମର୍ଥନର ଅର୍ଥ କୌଣସି ସ୍ବତନ୍ତ୍ର ମାନଚିତ୍ରକୁ ମଞ୍ଜୁରୀ ଦେବା ନୁହେଁ। ସୂଚନାଯୋଗ୍ୟ ଯେ ମିଳିତ ଜାତିସଂଘ ମହାସଭାରେ ଗତ ୪ ତାରିଖରେ ବିଶ୍ବ ମାନଚିତ୍ର ବଦଳାଇବା ନେଇ ପ୍ରସ୍ତାବ ଆଗତ ହୋଇଥିଲା।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook