ମୁଖ୍ୟ ଖବର
ନୂଆଦିଲ୍ଲୀ: ବିମାନ ବନ୍ଦର ଆକାଶରେ ଉଡ଼ିଲା ୟୁଏଫ୍ଓ। ଏହାକୁ ପିଛା କଲା ବାୟୁସେନାର ଦୁଇଟି ରାଫେଲ ଜେଟ୍। ରବିବାର ଇମ୍ଫାଲ ବିମାନ ବନ୍ଦରରେ ଏକ ୟୁଏଫ୍ଓ ଉଡ଼ୁଥିବା ନେଇ ସିଆଇଏସ୍ଏଫ୍ର ଜଣେ ଯବାନ ସୂଚନା ଦେଇଥିଲେ। ଏହାପରେ ଅନ୍ୟ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା। ଅନେକ ବିମାନର ଉଡ଼ାଣକୁ ବାତିଲ କରାଯାଇଥିଲା। ଏଥିସହ ତୁରନ୍ତ ଭାରତୀୟ ବାୟୁସେନାର ଦୁଇ ରାଫେଲ ଫାଇଟର୍ ଜେଟ୍ ଏହି ୟୁଏଫ୍ଓର ପିଛା କରିଥିଲେ।
ଇମ୍ଫାଲ ବିମାନ ବନ୍ଦରରୁ ଜଣେ ଅଫିସର୍ଙ୍କଠାରୁ ୟୁଏଫ୍ଓ ଦେଖାଯାଇଥିବା ନେଇ ସୂଚନା ମିଳିଥିଲା। ଏହାପରେ ତୁରନ୍ତ ଏକ ରାଫାଲ୍ ଯୁଦ୍ଧ ବିମାନ ହାସିମାରା ବାୟୁସେନା ବେସରୁ ୟୁଏଫ୍ଓ ଦେଖାଯାଇଥିବା ସ୍ଥାନକୁ ଯାଇଥିଲା। କିନ୍ତୁ ରାଫାଲ ରାଡାରରେ କୌଣସି ଅଜ୍ଞାତ ବିମାନ କିମ୍ବା ଯାନ ଦୃଶ୍ୟମାନ ହେଇ ନଥିଲା ବୋଲି ଭାରତୀୟ ବାୟୁସେନାର ଜଣେ ଉଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଥମ ରାଫେଲ ଫାଇଟର୍ ଜେଟ୍ ଫେରିବା ପରେ ଅନ୍ୟ ଏକ ରାଫେଲ୍କୁ ଡବଲ୍ ଚେକ୍ ପାଇଁ ପଠାଯାଇଥିଲା। କିନ୍ତୁ ସେହି ଅଞ୍ଚଳରେ ଏବଂ ଏହାର ଆଖପାଖରେ କୌଣସି ୟୁଏଫ୍ଓ କିମ୍ବା ଏଲିଅନ୍ସିପ୍ ଦେଖାଯାଇନଥିଲା ବୋଲି ଭାରତୀୟ ବାୟୁସେନା ସୂଚନା ଦେଇଛି। ସର୍ଚ୍ଚ ପରେ ୟୁଏଫ୍ଓ ନ ମିଳିଥିବା ସତ୍ତ୍ୱେ ଭାରତୀୟ ବାୟୁସେନା ବାୟୁ ପ୍ରତିରକ୍ଷା ରେସପନ୍ସ ମେକାନିଜିମକୁ ସକ୍ରିୟ କରିଦେଇଛି। କାରଣ ଭିଜୁଆଲ୍ ଇନପୁଟ୍ ଇମ୍ଫାଲ୍ ବିମାନବନ୍ଦରରୁ ଆସିଥିଲା। କୁହାଯାଉଥିଲା ଯେ ପ୍ରାୟ ୪ଟା ସମୟରେ ୟୁଏଫ୍ଓ ଏୟାରଫିଲ୍ଡରୁ ପଶ୍ଚିମ ଆଡକୁ ଗତି କରୁଥିବାର ଦେଖିବାକୁ ମିଳିଥିଲା।
Comments ସମସ୍ତ ମତାମତ