Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଉଦ୍ଧବ ଠାକରେ କୋଭିଡ ପଜିଟିଭ

    Share on :
    ajab-Image
    Date: Jun 22, 2022    Views: 3752

    ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ହଟ୍ଟଚମଟ ମଧ୍ୟରେ ପୁଣି ଆସିଛି ଏକ ବଡ ଖବର । କୋରୋନା ସଂକ୍ରମିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଜି ମୁଖ୍ୟମନ୍ତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା କଂଗ୍ରେସ ନେତା କମଲ ନାଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଅପରାହ୍ନରେ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଡକାଇଛନ୍ତି । କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାରୁ ସେ ଭର୍ଚୁଆଲରେ ବୈଠକରେ ଯୋଗ ଦେଇଥିବା ସୂଚନା ମିଳିଛି ।

    ଅନ୍ୟପଟେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ କୋରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ନିକଟରେ କୋରୋନା ଲକ୍ଷଣ ଦେଖାଦେଇଛି । ବର୍ତ୍ତମାନ କୋଶୟାରୀଙ୍କୁ ଦକ୍ଷିଣ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook