ମୁଖ୍ୟ ଖବର
                  
                
ମହାରାଷ୍ଟ୍ର : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ଖବର ମହାରାଷ୍ଟ୍ର ପାଇଁ ସଂକଟ ବଢ଼ାଇଛି । ମହାରାଷ୍ଟ୍ରରେ ଉଦ୍ଧବ ସରକାରରେ ରାଜନୈତିକ ସଙ୍କଟ ଆହୁରି ଘନେଇବାରେ ଲାଗିଛି  । ଏକାନାଥ ସିନେ୍ଧ ଗୁଆହାଟୀରେ ପହଞ୍ଚିଥିବାବେଳେ ଏପଟେ ଦଳ ଭିତରେ ଅସ୍ଥିରତା ଲାଗିରହିଛି  । ବର୍ତ୍ତମାନ ସ୍ଥିତିରେ ବିଧାନସଭା ଭଙ୍ଗ କରିବା ପାଇଁ ସଞ୍ଜୟ ଏକପ୍ରକାର ସଙ୍କେତ ଦେଇସାରିଛନ୍ତି  । ସେପଟେ ସରକାରରେ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ ନିକଟରେ ଟ୍ୱିଟରରୁ ମନ୍ତ୍ରୀ ବାଓ ହଟାଇଛନ୍ତି  । ଏହାପରେ ସରକାର ଭଙ୍ଗ ହେବା ନେଇ ମଧ୍ୟ ଆଭାସ ମିଳୁଛି  । ତେବେ ବର୍ତ୍ତମାନ ଦଳ ବଦଳ ଆଇନ ଅନୁସାରେ ଯଦି ମୋଟ ବିଧାୟକର ମଧ୍ୟରୁ ଦୁଇ-ତୃତୀୟାଂଶ ବିଧାୟକ ଅନ୍ୟ ଦଳରେ ଯୋଗଦିଅନ୍ତି ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥାଏ  । ଶିବସେନା ପାଖରେ ବର୍ତ୍ତମାନ ବିଧାନସଭାରେ ୫୫ ବିଧାୟକ ରହିଛନ୍ତି  । ଏଥିରେ ଯଦି ଦଳବଦଳ ଆଇନରୁ ବର୍ତ୍ତିବାକୁ ବିଦ୍ରୋହୀଙ୍କୁ ୩୭ ବିଧାୟକଙ୍କ ଆବଶ୍ୟକତା ରହିଛି  । ଯଦି ସେମାନେ ଏହି ସଂଖ୍ୟା ହାସଲ ନକରିପାରିବେ ସେମାନଙ୍କ ବିଧାୟକ ପଦ ରଦ୍ଧ ହେବ । 
Comments ସମସ୍ତ ମତାମତ