Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୪୦ଦିନ ଅର୍ଦ୍ଧନମିତ ୟୁଏଇ ଜାତୀୟ ପତକା, ଜାଣନ୍ତୁ କାହିଁକି

    Share on :
    ajab-Image
    Date: May 14, 2022    Views: 4133

    ୟୁଏଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ୍ ଖଲିଫା ବିନ୍ ଜାୟଦ ଅଲ୍ ନହୟାନଙ୍କର ଗତକାଲି ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୟୁଏଇ ସରକାର ଖଲିଫାଙ୍କ ଦେହାନ୍ତକୁ ସ୍ପଷ୍ଟ କରିବା ସହ ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷିତ ହୋଇଛି । ଏହି ସମୟରେ ରାଷ୍ଟ୍ରୀୟ ଧ୍ୱଜ ଅର୍ଦ୍ଧନମିତ ରହିବ । ୩ ଦିନ ଯାଏ ସମସ୍ତ ସରକାରୀ ଅଫିସ୍ ଓ ମନ୍ତ୍ରଣାଳୟ ବନ୍ଦ ରହିବ । ଏଥିରେ ଘରୋଇ ସେକ୍ଟର ବି ସାମିଲ ହେବ । 

    ୧୯୪୮ରେ ଜନ୍ମିତ ଶେଖ୍ ଖଲିଫା ୟୁଏଇର ଦ୍ୱିତୀୟ ରାଷ୍ଟ୍ରପତି ଓ ଆବୁଧାବିରେ ୧୬ତମ ଶାସକ ଥିଲେ । ନିଜର କାର୍ଯ୍ୟକାଳ ସମୟରେ ସେ ୟୁଏଇ ଓ ଆବୁଧାବିର ଶାସନ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ସୁଧାର କରିଥିଲେ । ତାଙ୍କ ଶାସନକାଳ ମଧ୍ୟରେ ୟୁଏଇର ତ୍ୱରିତ ବିକାଶ ହୋଇଛି । ସେପଟେ ତାଙ୍କ ପରଲୋକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ଶେଖ୍ ଖଲିଫା ବିନ୍ ଜାୟଦ ଅଲ୍ ନହୟାନ ଜଣେ ମହାନ୍ ଓ ଦୂରଦର୍ଶୀ ରାଜନେତା ଥିଲେ । ତାଙ୍କ ଶାସନକାଳରେ ଭାରତ-ୟୁଏଇର ସଂପର୍କ ସମୃଦ୍ଧ ହୋଇଛି । ୟୁଏଇର ଲୋକଙ୍କୁ ଭାରତ ସମବେଦନା ଜ୍ଞାପନ କରୁଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook