ମୁଖ୍ୟ ଖବର
ନୂଆଦିଲ୍ଲୀ: ମାଡ଼ି ଆସୁଛି ସୁପର ଟାଇଫୁନ୍ ଚାମ୍ପି । ପବନର ବେଗ ୨୯୬ କିମି ରହିବ । ଏହା ୨୦୨୬ମସିହାରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବାତ୍ୟା । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସୁଫର ଟାଇଫୁନ୍ ଚାମ୍ପି ଭୀଷଣ ରୂପ ନେଇଛି । ଏହା ବାତ୍ୟା ବର୍ତ୍ତମାନ କାଟାଗୋରୀ ୫ ଶ୍ରେଣୀରେ ରହିଛି । ଏହାର ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୨୯୬ କିଲୋମିଟର ରହିବ । ଚଳିତ ବର୍ଷରେ ବିଶ୍ୱର ଏହା ସବୁଠାରୁ ଶକ୍ତିଶାଳୀ ବାତ୍ୟା । ଫିଲିପାଇନ୍ସ ଓ ଗୁଆମ ମଧ୍ୟରେ ଫିଲିପାଇନ୍ସ ସାଗରରେ ଏହି ଝଡ଼ ଗତି କରୁଛି । ଏହା ମଝିରେ ଏକ ସ୍ପଷ୍ଟ ଆଖି ଦୃଶ୍ୟମାନ ହୋଇଛି । ଚାରିଆଡେ ବାଦଲର ଏକ ବଡ଼ ଆବୃତ୍ତି ରହିଛି । ଚାମ୍ପି ବର୍ଗ ୫ରେ ପହଞ୍ଚିଛି । ଯାହାକୁ ସର୍ବାଧିକ କାଟାଗୋରୀ ବୋଲି ବିବେଚନା କରାଯାଏ ।
ଚାମ୍ପିର ଆକାର ବହୁତ ବଡ ଏବଂ ଏହାର ମେଘ ସମୁଦ୍ରର ଏକ ବଡ଼ ଅଂଶରେ ବ୍ୟାପିଛି । ବର୍ତ୍ତମାନ ଏହା ଖୋଲା ସମୁଦ୍ରରେ ଅଛି । ଏଭଳି ପରିସ୍ଥିତିରେ ଏହାର ଦିଗ ଏବଂ ପବନର ବେଗ ଉପରେ ନଜର ରଖାଯାଉଛି । ଯଦି ଝଡ଼ର ଦିଗ ପରିବର୍ତ୍ତନ ହୁଏ ତେବେ ନିକଟସ୍ଥ ଦ୍ୱୀପପୁଞ୍ଜ ମଧ୍ୟ ପ୍ରଭାବିତ ହୋଇପାରେ । ସୁପର ଟାଇଫୁନ୍ ଚମ୍ପିର ପବନର ବେଗ ଘଣ୍ଟା ପ୍ରତି ୧୬୦ ମାଇଲ୍ ବା ଘଣ୍ଟା ପ୍ରତି ପ୍ରାୟ ୨୫୭ କିଲୋମିଟର । ଏହିପରି ପ୍ରବଳ ପବନ ସମୁଦ୍ରରେ ଉଚ୍ଚ ଜୁଆର ଉଠିପାରେ । ଏହି ଶକ୍ତିଶାଳୀ ଝଡ଼ ପଶ୍ଚିମ ପ୍ରଶାନ୍ତ ମହାସାଗର ଦେଇ ଗତି କରୁଛି ଏବଂ ଆଗାମୀ ଦିନରେ ତାଇୱାନ ଏବଂ ପୂର୍ବ ଚୀନରେ ପ୍ରବଳ ବର୍ଷା, କ୍ଷତିକାରକ ପବନ ଏବଂ ବନ୍ୟା ପରିସ୍ଥିତି ଆଣିବ ବୋଲି ପୂର୍ବାନୁମାନ କରାଯାଇଛି ।
ଝଡ଼ର ଶକ୍ତି ମାପିବା ପାଇଁ ସଫିର-ସିମ୍ପସନ୍ ମାପକାଠି ବ୍ୟବହୃତ ହୁଏ । ଏହାର ୫ମ ସର୍ବୋଚ୍ଚ ବର୍ଗ ରହିଛି । ଏହି ବର୍ଗରେ ଘଣ୍ଟାପ୍ରତି ୧୫୭ ମାଇଲ କିମ୍ବା ତା'ଠାରୁ ଅଧିକ ବେଗରେ ପବନ ସହିତ ଘୂର୍ଣ୍ଣିବାତ୍ୟା ସାମିଲ । ଚାମ୍ପିର ପବନର ବେଗ ଏହି ସୀମାଠାରୁ ଅଧିକ ବୋଲି କୁହାଯାଏ । ତଥାପି, ଝଡ଼ର ବର୍ଗ କେବଳ ପବନର ଶକ୍ତି ଦର୍ଶାଏ । ଏହା ବର୍ଷା,ବନ୍ୟା ଏବଂ ସମୁଦ୍ରରେ ଉଠୁଥିବା ଉଚ୍ଚ ତରଙ୍ଗ ଦ୍ୱାରା ହୋଇଥିବା କ୍ଷୟକ୍ଷତି ବାବଦରେ ସମ୍ପୂର୍ଣ୍ଣ ଧାରଣା ମିଳିନାହିଁ । କିନ୍ତୁ ଏହାର ପ୍ରଭାବ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହି ଗଛ ଭାଙ୍ଗିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନରୁ ସ୍ତାନାନ୍ତର କରାଯାଇଛି । ଏହି ବାତ୍ୟା ପୂର୍ବ ଚୀନ ଏବଂ ତାଇୱାନ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି । ପ୍ରଶାନ୍ତ ମହାସାଗରୀୟ ଜଳ ଅଧିକ ଉଷ୍ମ ରହିଥିବାରୁ ଏହା ଅଧିକ ଘନୀଭୂତ ହୋଇ ଏପରି ଭୟଙ୍କର ରୂପ ନେଇଥିବା କୁହାଯାଉଛି ।
Comments ସମସ୍ତ ମତାମତ