Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜିଠୁ ତାମିଲନାଡୁ ବିଧାନସଭା ଅଧିବେଶନ

    Share on :
    ajab-Image
    Date: May 11, 2026    Views: 2322

    ଚେନ୍ନଇ: ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଯୋଶେଫ ବିଜୟ ମେ’ ୧୩ ତାରିଖ ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏଥିପାଇଁ ଆଜିଠାରୁ ତାମିଲନାଡୁ ବିଧାନସଭାର ଅଧିବେଶନ ଡକାଯାଇଛି। ମେ’ ୧୨ରେ ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ କରାଯିବ। ବିଧାନସଭାର ଏହି ଅଧିବେଶନ କାଳରେ ବିଧାୟକମାନେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ କରିବାକୁ ଥିବା ବିଧାୟକମାନଙ୍କୁ ନିର୍ବାଚନ କମିସନଙ୍କ ପ୍ରଦତ୍ତ ନିର୍ବାଚନରେ ବିଜୟ ପ୍ରମାଣପତ୍ର ଆଣିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ବିଧାନସଭାର ପ୍ରଥମ ଅଧିବେଶନ ନିମନ୍ତେ ଟିଭିକେ ବିଧାୟକ ଏମ୍ ଭି କାରୁପ୍ପାୟାଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦିଆଯାଇଛି।

    ଅସ୍ଥାୟୀ ବାଚସ୍ପତି କାରୁପ୍ପାୟାଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ରବିବାର ଲୋକଭବନରେ ଶପଥ ପାଠ କରାଇଛନ୍ତି। କାରୁପ୍ପାୟା ହେଉଛନ୍ତି ଏଆଇଏଡିଏମ୍‌କେର ପୂର୍ବତନ ବିଧାୟକ। ସେ ଚଳିତବର୍ଷ ଟିଭିକେରେ ଯୋଗ ଦେଇଥିଲେ। ଅନ୍ୟପଟେ ଡିଏମ୍‌କେ ପକ୍ଷରୁ ଉଦୟନିଧି ଷ୍ଟାଲିନଙ୍କୁ ବିଧାୟକ ଦଳ ନେତା ନିର୍ବାଚନ କରାଯାଇଛି। ଉଦୟନିଧି ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକା ନିର୍ବାହ କରିବେ। ଡିଏମ୍‌କେର ବରିଷ୍ଠ ନେତା କେ ଏନ ନେହରୁଙ୍କୁ ବିରୋଧୀ ଦଳ ଉପନେତା ନିର୍ବାଚନ କରାଯାଇଥିବାବେଳେ ଓ ଇଭି ବେଲୁଙ୍କୁ ଦଳର ହୁଇପ୍‌ ନିଯୁକ୍ତ କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook