ମୁଖ୍ୟ ଖବର
ରୋଚକ ମୋଡରେ ତାମିଲନାଡୁ ରାଜନୀତି। ସଂଖ୍ୟା ଖେଳକୁ ନେଇ ବଢୁଛି ସସପେନ୍ସ। ଆଜି ‘ବିଜୟ’ଙ୍କ ଶପଥ ସମାରୋହ ନହେବା ସମ୍ଭାବନା। ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଛନ୍ତି ବିଜୟ। ଲୋକଭବନରେ ପହଞ୍ଚିଛନ୍ତି ଟିଭିକେ ମୁଖ୍ୟ ବିଜୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳଙ୍କ ସହ ଦ୍ବିତୀୟ ସାକ୍ଷାତ।
ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି କରିଛନ୍ତି। ଯଦିଓ TVKକୁ କଂଗ୍ରେସ ସମର୍ଥନ ପ୍ରତିଶ୍ରୁତି ଦେଇଛି ଏବଂ ଅନ୍ୟମାନେ ମଧ୍ୟ ଯୋଗ ଦେବେ ବୋଲି ଆଶା କରାଯାଉଛି। ଏବେବି ସଂଘର୍ଷ କରୁଛି ବିଜୟଙ୍କ TVK ଦଳ। ୧୦୮ଟି ସିଟରେ ଟିଭିକେ ଜିତିଥିବା ବେଳେ ସଂଖ୍ୟା ଗରିଷ୍ଠତା ପାଇଁ ୧୧୮ ଆବଶ୍ୟକ।
ଏପଟେ DMK-AIADMK ମେଣ୍ଟ ଚର୍ଚ୍ଚା ସ୍ଥିତିକୁ ଆହୁରି ଜଟିଳ କରିଛି। ବଢିଛି ଘୋଡ଼ା ବେପାର ଆଶଙ୍କା। AIADMK ତାର ୧୫ ବିଧାୟକଙ୍କୁ ପଡୋଶୀ ପୁଡୁଚେରୀର ଏକ ରିସୋର୍ଟକୁ ସ୍ଥାନାନ୍ତର କରିଛି। TVK ମଧ୍ୟ ତାର ବିଧାୟକମାନଙ୍କୁ ଏକାଠି ରହିବା ପାଇଁ ମାମାଲାପୁରମର ଏକ ରିସୋର୍ଟକୁ ସ୍ଥାନାନ୍ତର କରିଛି।
Comments ସମସ୍ତ ମତାମତ