ମୁଖ୍ୟ ଖବର
ତାମିଲନାଡୁ: ତାମିଲନାଡୁରେ ବିଜୟ ଝଡ଼। ନ୍ୟୁକମର ବିଜୟଙ୍କ ଆଗରେ ଫିକା ପଡିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ। ମ୍ୟାଜିକ ନମ୍ବର ପାଖାପାଖି ପହଁଚିଛି TVK।୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ଆସନରେ TVK ୧୦୮ ଆସନରେ ବିଜୟ ହୋଇଛି। ହେଲେ ସରକାର ଗଠନ ପାଇଁ କେଉଁଠୁ ଆଣିବ ସଂଖ୍ୟା।
ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଦଳ TVK ତାମିଲନାଡୁ ବିଧାନସଭା ବହୁମତ ସଂଖ୍ୟାଠାରୁ ମାତ୍ର ୧୦ ଆସନ ପଛରେ ରହିଛି । ଏବେ ବଡ଼ ପ୍ରଶ୍ନ, ସେହି ଗୁରୁତ୍ୱପୂର୍ଣ୍ଣ ସଂଖ୍ୟାଗୁଡ଼ିକ କେଉଁଠାରୁ ଆସିବ। DMK ଏବଂ ADMKର ସମର୍ଥନ ଲୋଡିବେ କି ବିଜୟ ।
କୁହାଯାଉଛି କଂଗ୍ରେସର ୫ ବିଧାୟକ ଟିଭିକେକୁ ସମର୍ଥନ ଦେଇପାରନ୍ତି । ସେମାନେ ସମର୍ଥନ ଦେଲେ ସରକାର ଗଢିବାକୁ ହେଲେ ଆଉ ୫ ଆସନର ଆବଶ୍ୟକତା ପଡ଼ିବ । ସିପିଆଇ ଏବଂ ସିପିଏମର ଦୁଇଟି ଲେଖାଁଏ ବିଧାୟକ ଥିବାରୁ ସମର୍ଥନ ମିଳିଲେ ବିଜୟଙ୍କ ସରକାର ଗଠନ ବାଟ ଫିଟିବ ।
Comments ସମସ୍ତ ମତାମତ