Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଚର୍ମ ରୋଗ ଠାରୁ ଆରମ୍ଭ କରି ଚକ୍ଷୁ ସମସ୍ୟା କରିଥାଏ ଦୂର ତୁଳସୀ ପତ୍ର

    Share on :
    ajab-Image
    Date: Sep 14, 2020    Views: 8129

    ତୁଳସୀ ଗଛରେ ଅନେକ ଔଷଧିୟ ଗୁଣ ଭରି ହୋଇ ରହିଥାଏ।
    ଉପକାରୀ ଗୁଣରେ ଭରପୁର ତୁଳସୀ ରସରେ ଥାଇମୋଲ ତତ୍ତ୍ୱ ରହିଥାଏ,ଯାହା ତ୍ୱାଚାର ରଙ୍ଗରେ ପରିବର୍ତ୍ତନ ଆଣିଥାଏ। ତୁଳସୀପତ୍ରର ରସରେ ସଠିକ୍ ମାତ୍ରାରେ ଲେମ୍ବୁ ରସ ମିଶାଇ ରାତିରେ ଲଗାଇଲେ ମୁହଁର କଳାଦାଗ ଦୂର ହୋଇଥାଏ।
    ତ୍ୱଚା ଜନିତ ସମସ୍ୟା ଓ କୁଣ୍ଡିଆ ରୋଗ ପାଇଁ ତୁଳସୀପତ୍ର ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀରର ପ୍ରଭାବିତ ସ୍ଥାନରେ ଏହାକୁ ଲଗାଇଲେ କିଛି ଦିନ ମଧ୍ୟରେ ଏହି ରୋଗ ଦୂର ହୋଇଥାଏ।
    ତୁଳସୀ କାଢ଼ା ଜ୍ୱରକୁ ମଧ୍ୟ ଭଲ କରିବାର କ୍ଷମତା ରଖିଥାଏ। ତୁଳସୀପତ୍ରର ରସ, ଅଦା ଓ ମହୁ ମିଶାଇ ଖାଇଲେ ଥଣ୍ଡା ଓ ଜ୍ୱରରୁ ଆରାମ ମିଳିଥାଏ।
    ବର୍ଷା ଋତୁରେ ହେଉଥିବା ଭାଇରାଲ୍ ଜ୍ୱର ଠାରୁ ଦୂରେଇ ରହିବା ପାଇଁ ପ୍ରତିଦିନ ପାଞ୍ଚଟି ତୁଳସୀପତ୍ର ଖାଇଲେ ଏଥିରୁ ମୁକ୍ତି ମିଳିଥାଏ।
    ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ଗୋଟିଏ ଚାମଚ ଲେଖାଏଁ ତୁଳସୀ ରସ ପିଇଲେ ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ।
    ଚକ୍ଷୁ ଜନିତ ସମସ୍ୟା ପାଇଁ ମଧ୍ୟ ଏହା ବେଶ୍ ଉପକାରୀ ହୋଇଥାଏ। ଆଖିରେ ଯନ୍ତ୍ରଣା, ଆଖି ଜଳିବା ଏସବୁରୁ ଆରାମ ଦେଇଥାଏ ତୁଳସୀପତ୍ରର ରସ।

    Maximum 500 characters

    ଘରକରଣ View all

    Find Us on Facebook