Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବନ୍ଦ ଡାକବଙ୍ଗଳାରୁ ବାହାରିଲେ ମନ୍ତ୍ରୀ ଟୁକୁନି ସାହୁ

    Share on :
    ajab-Image
    Date: Nov 3, 2021    Views: 4734

    ସମ୍ବଲପୁର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ ବିଜେଡି କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ  ପୋଲିସ୍ ଉପସ୍ଥିତରେ ଯୁବ କଂଗ୍ରେସ ନେତା ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଏଥିରେ ସେ ଗରୁତର ଆହତ ହୋଇଥିଲେ । ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ବିଜେପି ଓ କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି । ଆଜି ଏହାକୁ ବିରୋଧ କରି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରିବା ସହ ଏବେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏହି ଦୁଇଟି ଦଳ ବନ୍ଦୀ କରିଥିବା ଜଣାପଡିଛି । 


    ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କୁଚିଣ୍ଡାକୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଯାଇଥିବା ବେଳେ ଏହି ଦୁଇଟି ଦଳ ତାଙ୍କୁ ଡାକବଙ୍ଗଳାରେ ବନ୍ଦ କରି ତାଲା ପକାଇଦେଇଛନ୍ତି । ଡାକବଙ୍ଗଳା ସ୍ଥାନରେ ବିଜେପି ଓ କଂଗ୍ରେସ କର୍ମୀ ନାରାବାଜି କରୁଥିବା ବେଳେ  ରାଜ୍ୟସରକାରଙ୍କ ସମର୍ଥନରେ ବିଜେଡି କର୍ମୀ ସେଠାରେ ପହଞ୍ଚି ନାରାବାଜି କରିବା ଆରମ୍ଭ କରିଥିଲେ । ତେବେ ଡାକବଙ୍ଗଳା ସମ୍ମୁଖରେ ତିନି ଦଳ ମୁହାଁମୁହିଁ ହୋଇଥିଲେ । ଏହାପରେ ପୋଲିସ୍ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି । ଗିରଫ ପରେ କଡା ସୁରକ୍ଷା ମଧ୍ୟରେ ଡାକବଙ୍ଗଳାରୁ ମନ୍ତ୍ରୀ ଟୁକୁନି ସାହୁ ଡାକବଙ୍ଗଳାରୁ ବାହରି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook