Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରେସ ସଚିବଙ୍କୁ ହଟାଇଲେ ଟ୍ରମ୍ପ

    Share on :
    ajab-Image
    Date: Oct 18, 2026    Views: 3169

    ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍ର ୫ ଦିନ ଭିତରେ ତାଙ୍କର ନୂଆ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇ ଦେଇଛନ୍ତି। ଜାକାରିଆ ସୋମବାର କାର୍ଯ୍ୟଭାର ଗ୍ରହଣ କରିଥିଲେ। ହ୍ୱାଇଟ୍ ହାଉସ୍‌ର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଟ୍ରମ୍ପ ତାଙ୍କ ନିଯୁକ୍ତି ଉପରେ ପୁନର୍ବିଚାର କରିବାକୁ କହିଥିଲେ। ସୂଚନା ଅନୁଯାୟୀ, ଓକିଲ ଭାବେ ଜାକାରିଆଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଥିଲା। ପେପରଡାଇନ ବିଶ୍ବବିଦ୍ୟାଳୟରୁ ସେ ଆଇନ ଶିକ୍ଷା ଗ୍ରହଣ କରିଥିବା ଟ୍ରମ୍ପ ଘୋଷଣା କରିଥିଲେ। ମାତ୍ର କେଟିଙ୍କ ପାଖରେ ଓକିଲାତି ପ୍ରମାଣପତ୍ର ବି ନ ଥିଲା। ଏହା ବ୍ୟତୀତ ସେ ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଭୁଲ୍ କରିଥିଲେ। ଏକ ପ୍ରଶ୍ନର ଉତ୍ତର ଦେବା ସମୟରେ ସେ ଭୁଲ୍‌ବଶତଃ ନିଜ ସ୍ୱାମୀଙ୍କୁ ‘ମାଇଁ ପ୍ରେସିଡେଣ୍ଟ’ ତଥା ମୋ ରାଷ୍ଟ୍ରପତି ବୋଲି କହି ଦେଇଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook