Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ଥରେ ଭାରତକୁ ଟ୍ରମ୍ପଙ୍କ ନିଶାଣ

    Share on :
    ajab-Image
    Date: Oct 9, 2026    Views: 3077

    ୱାଶିଂଟନ : ନୋବେଲ ଶାନ୍ତି ପାଇବାକୁ ଚାହିଁ ରହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଅଶାନ୍ତିର ବାତାବରଣ ସୃଷ୍ଟି କରିଛନ୍ତି। ସେ ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଇଛନ୍ତି। ଟିସିଏସ୍‌, ଇନ୍‌ଫୋସିସ, ୱିପ୍ରୋ ଓ ଏଚସିଏଲ ସମେତ ୮ଟି ବଡ଼ ଆଇଟି କମ୍ପାନୀଙ୍କ ଗ୍ରୀନ କାର୍ଡ ପ୍ରକ୍ରିୟା ସମ୍ବନ୍ଧିତ ପ୍ରୋଗ୍ରାମ ତଥା କାର୍ଯ୍ୟକ୍ରମକୁ ନିଲମ୍ବନ କରିଦେଇଛନ୍ତି। ଏହି ତାଲିକାରେ ମାଇକ୍ରୋସଫ୍ଟ, ଏଡୋବି, କଗ୍ନିଜେଣ୍ଟ, କ୍ୟାପଜେମିନି ମଧ୍ୟ ସାମିଲ ରହିଛି। ଟ୍ରମ୍ପଙ୍କ ଏହି ପଦକ୍ଷେପରେ ସର୍ବାଧିକ ଭାରତୀୟ ପ୍ରଭାବିତ ହେବେ। ଏହି କମ୍ପାନୀ ମାଧ୍ୟମରେ ଆମେରିକାରେ କାମ କରିବାକୁ ଚାହୁଁଥିବା ହଜାର ହଜାର ଭାରତୀୟ କର୍ମଚାରୀଙ୍କ ଆବେଦନ ପ୍ରକ୍ରିୟା ଅଟକି ପାରେ କିମ୍ବା ବିଳମ୍ବତି ହୋଇପାରେ।
    ଆମେରିକା ଶ୍ରମ ବିଭାଗ ଏହି କମ୍ପାନୀଗୁଡ଼ିକର ପରମାନେଣ୍ଟ ଲେବର ସାର୍ଟିଫିକେସନ (ସ୍ଥାୟୀ ଶ୍ରମ ପ୍ରମାଣପତ୍ର) ପ୍ରୋଗ୍ରାମ ତଥା ପିଇଆରଏମକୁ ନିଲମ୍ବିତ କରିଦେଇଛି। ଏହି କମ୍ପାନୀଗୁଡ଼ିକ ସମ୍ବନ୍ଧିତ ନୂଆ ଆବେଦନକୁ ସ୍ବୀକାର କରାଯିବ ନାହିଁ। ପୂର୍ବରୁ ଜାରି ରହିଥିବା ପ୍ରକ୍ରିୟା ମଧ୍ୟ ସ୍ଥଗିତ ରଖିଦିଆଯାଇଛି। ଏହି ସବୁ କମ୍ପାନୀ ଏଚ-୧ବି ଭିସା ଓ ବିଦେଶୀ ଶ୍ରମିକ ନିଯୁକ୍ତି ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ଦେଶର କର୍ମଚାରୀଙ୍କୁ ଉପେକ୍ଷା କରି ମାଇକ୍ରୋସଫ୍ଟ ଏଚ-୧ବି ଭିସା ଓ ଗ୍ରୀନ କାର୍ଡ ଧାରୀଙ୍କୁ ଲାଭ ପହଞ୍ଚାଉଛି। ସେହିପରି ଭିସା କାର୍ଯ୍ୟକ୍ରମର ଉଲ୍ଲଙ୍ଘନ ପାଇଁ ୯ଟି ବିଶ୍ବବିଦ୍ୟାଳୟକୁ ତଦନ୍ତଭୁକ୍ତ କରାଯାଇଛି। ଆମେରିକା ପ୍ରଶାସନର ଏହି ନିଷ୍ପତ୍ତି ବିଦେଶୀ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଅନିଶ୍ଚିତତା ମଧ୍ୟକୁ ଠେଲିି ଦେଇଛି। ସୂଚନାଯୋଗ୍ୟ ଯେ ପିଇଆରଏମ ମାଧ୍ୟମରେ ବିଦେଶୀ ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଅନୁମତି ପ୍ରଦାନ କରିଥାଏ। ତେବେ ଏଥିପାଇଁ କମ୍ପାନୀଙ୍କୁ ସରକାରଙ୍କ ନିକଟରେ ସୂଚନା ଦେବାକୁ ପଡ଼ିଥାଏ। ଯେଉଁ ପଦରେ ନିଯୁକ୍ତି କରାଯାଉଛି ସେଥିପାଇଁ ଉପଯୁକ୍ତ କର୍ମଚାରୀ ଆମେରିକାରେ ନାହାନ୍ତି ବୋଲି କୁହାଯାଇଥାଏ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook