Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇରାନକୁ ଟ୍ରମ୍ପଙ୍କ ଧମକ ; ଶାନ୍ତି କଥାବାର୍ତ୍ତା ନହେଲେ ବଡ଼ ଆକ୍ରମଣ

    Share on :
    ajab-Image
    Date: Jul 16, 2026    Views: 2559

    ୱାଶିଂଟନ : ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପ୍ରସ୍ତାବ ଦେଇଛନ୍ତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ ଆଗାମୀ ତିନି ଦିନ ମଧ୍ୟରେ ଇରାନ ଶାନ୍ତି କଥାବାର୍ତ୍ତା ପାଇଁ ଆଗକୁ ନ ଆସିଲେ ଏହା ଉପରେ ବଡ ଆକ୍ରମଣ ହେବ। ବୁଧବାର ଟ୍ରମ୍ପ ଇରାନ ବିରୋଧୀ ଯୁଦ୍ଧ ପ୍ରସଙ୍ଗରେ ହ୍ବାଇଟ୍ ହାଉସ୍‌ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନ ଯଦି ଶାନ୍ତି ଆଲୋଚନା ଆରମ୍ଭ ନ କରେ ତେବେ ଆଗାମୀ ସପ୍ତାହରୁ ଇରାନ ଜନସାଧାରଣଙ୍କ ବ୍ୟବହାର୍ଯ୍ୟ ଭିତ୍ତିଭୂମି ଉପରେ ବଡ଼ ଧରଣର ଆକ୍ରମଣ କରାଯିବ। ​ଇରାନର ସମସ୍ତ ପ୍ରମୁଖ ବିଦ୍ୟୁତ ପ୍ରକଳ୍ପ ଓ ବଡ଼ ବଡ଼ ସେତୁକୁ ବୋମାମାଡ଼ କରିଦିଆଯିବ। ଟ୍ରମ୍ପଙ୍କ ଧମକ ସତ୍ତ୍ୱେ ଆମେରିକା ସହ କୌଣସି ଶାନ୍ତି ଆଲୋଚନା କରାଯିବାର ଆବଶ୍ୟକତା ନାହିଁ ବୋଲି ଇରାନର ବରିଷ୍ଠ ନେତୃତ୍ୱ କହିଛନ୍ତି।

    ବିଗତ ଚାରି ଦିନ ହେବ ଉଭୟ ଦେଶ ମଧ୍ୟରେ କ୍ରମାଗତ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ଆମେରିକୀୟ ସେନା ବୁଧବାର ଇରାନ ଉପରେ ଆକ୍ରମଣ ସହ ତାର ଉପକୂଳବର୍ତ୍ତୀ ଅଞ୍ଚଳରେ ପୁନର୍ବାର ସାମୁଦ୍ରିକ ଅବରୋଧ ଜାରି କରିଛି। ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ମଧ୍ୟପ୍ରାଚ୍ୟରେ ୨୦ରୁ ଅଧିକ ଯୁଦ୍ଧପୋତ ଓ ଶତାଧିକ ସାମରିକ ବିମାନ ମୁତୟନ କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook