Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇରାନ ବୁଝାମଣା କରିବ, ନଚେତ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ: ଟ୍ରମ୍ପ୍

    Share on :
    ajab-Image
    Date: May 14, 2026    Views: 3752

    ୱାଶିଂଟନ ଡିସି:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାରଠୁ ଚୀନ୍ ଗସ୍ତରେ ଯାଇଛନ୍ତି । ତେବେ ତାହା ପୂର୍ବରୁ ସେ ଇରାନ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଥିଲେ । କହିଥିଲେ, ଯେ କୌଣସି ପରିସ୍ଥିତିରେ ବି ଆମେରିକା ଯୁଦ୍ଧ ଜିତିବ । ଇରାନ ବୁଝାମଣା କରିବ, ନଚେତ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ ।
    ଟ୍ରମ୍ପ୍ କହିଛନ୍ତି, ପରିସ୍ଥିତିକୁ ସମ୍ଭାଳିବା ସକାଶେ ଆମେରିକା ପାଖରେ ସବୁ ପ୍ରକାର ବିକଳ୍ପ ମଜହୁଦ ରହିଛି । ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ଇରାନ ଯୁଦ୍ଧ ଏବଂ ହୋର୍ମୁଜ ପ୍ରଣାଳୀ ଅଚଳାବସ୍ଥା ବାବଦରେ ଚର୍ଚ୍ଚା ହେବ । କିନ୍ତୁ ଦ୍ୱିପାକ୍ଷିକ ବୈଠକରେ ବାଣିଜ୍ୟ ପ୍ରମୁଖ ପ୍ରସଙ୍ଗ ରହିବା ନେଇ ସମ୍ଭାବନା ରହିଛି ।
    ଅଲ୍ ଜଜିରା ରିପୋର୍ଟ ମୁତାବକ, ୭୪ ଦିନର ଯୁଦ୍ଧରେ ଆମେରିକା ଅଦ୍ୟାବଧି ଅତିକମ୍‌ରେ ୨୯ ବିଲିୟନ ଡଲାର ଖର୍ଚ୍ଚ କରିସାରିଲାଣି । ଏହା କେବଳ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ସରଞ୍ଜାମ ଉପରେ ବ୍ୟୟ ହୋଇଛି । ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଥିବା ଆମେରିକାର ସାମରିକ ଘାଟିରେ ଯେଉଁ କ୍ଷତି ଘଟିଛି ତାହାକୁ ଏଥିରେ ସାମିଲ କରାଯାଇ ନାହିଁ । ଏଥିଲାଗି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗ୍‌ସେଥ୍ ସଂସଦରେ ଅତିରିକ୍ତ ବ୍ୟୟବରାଦ ପାଇଁ ଦାବି ରଖିଛନ୍ତି । ଦୁନିଆର ସବୁଠୁ ଶକ୍ତିଶାଳୀ ପ୍ରତିରକ୍ଷା ରାଷ୍ଟ୍ର ଭାବେ ରହିବା ପାଇଁ ଆମେରିକାକୁ ୧.୫ ଲକ୍ଷ କୋଟି ଡଲାର ଆବଶ୍ୟକ ବୋଲି ସେ କହିଛନ୍ତି ।
    ଅନ୍ୟପକ୍ଷରେ ଦୋହା ଇନ୍‌ଷ୍ଟିଚ୍ୟୁଟ୍‌ର ମିଡିଆ ଷ୍ଟଡିଜ୍ ପ୍ରଫେସର ମହମ୍ମଦ ଏଲ୍‌ମସରୀ କହିଛନ୍ତି, ଇରାନ ଯୁଦ୍ଧ ପ୍ରସଙ୍ଗରେ ଚୀନ୍ ଆଦୌ ଆମେରିକାର ସାଥ୍ ଦେବନାହିଁ । ଅଲ୍ ଜଜିରା ସହ ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମେରିକାକୁ ଇରାନ ସହ ଚାଲିଥିବା ସଙ୍ଘର୍ଷକୁ ଶେଷ କରିବାରେ ଚୀନ୍ଠାରୁ ଅଧିକ ସହଯୋଗ ଆଶା କରିବା ଉଚିତ ନୁହେଁ । ଯୁଦ୍ଧ ଯୋଗୁ ଚୀନ୍‌କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥାଇପାର, କିନ୍ତୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଏହା ଭଲ ସ୍ଥିତିରେ ରହିଛି । ହୋର୍ମୁଜ ପ୍ରଣାଳୀରେ ଆମେରିକା କିମ୍ବା ଇସ୍ରାଏଲ ଦଖଲକୁ ଚୀନ୍ ଆଦୌ ପ୍ରଶ୍ରୟ ଦେବାକୁ ଚାହୁଁନାହିଁ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook