ମୁଖ୍ୟ ଖବର
ୱାସିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଜାରିଥିବା ବିବାଦର ଅନ୍ତ ପାଇଁ ଆଲୋଚନା ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆମେରିକା ରାଷ୍ଟ୍ରପତି ମଧ୍ୟପ୍ରାଚ୍ୟରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ସୁରକ୍ଷା ଦେଉଥିବା ନୌସେନା ଅପରେସନ୍ 'ପ୍ରୋଜେକ୍ଟ ଫ୍ରିଡମ୍'କୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବା ଘୋଷଣା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଇରାନ ବନ୍ଦରଗୁଡ଼ିକର ଆମେରିକାର ଅବରୋଧ ଜାରି ରହିବ।
Comments ସମସ୍ତ ମତାମତ