Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇରାନ ସଭ୍ୟତାକୁ ମାଟିରେ ମିଶାଇବୁ: ଟ୍ରମ୍ପ

    Share on :
    ajab-Image
    Date: Apr 8, 2026    Views: 2640

    ୱାଶିଂଟନ/ତେହରାନ: ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ଧମକ ସମଗ୍ର ବିଶ୍ବ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଟ୍ରମ୍ପଙ୍କ ଧମକ ପରେ ସାରା ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ଭୟ ଦେଖାଦେଇଛି। ଜାତିସଂଘ ଏବଂ ଅନ୍ୟାନ୍ୟ ଦେଶମାନେ ଶାନ୍ତି ବଜାୟ ରଖିବାକୁ ନିବେଦନ କରୁଛନ୍ତି, କିନ୍ତୁ ଟ୍ରମ୍ପ ଏବଂ ଇରାନର ଶାସକଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ପାରସ୍ୟ ଉପସାଗରର ହର୍ମୁଜ ପ୍ରଣାଳୀ ଖୋଲିବାକୁ ଟ୍ରମ୍ପ ଇରାନକୁ ଦେଇଥିବା ସମୟ ସୀମା ମଙ୍ଗଳବାର ସନ୍ଧ୍ୟା ୮ଟାରେ ଶେଷ ହୋଇଯାଇଛି। ସମୟ ସୀମା ମଧ୍ୟରେ ଇରାନ ହର୍ମୁଜ ପ୍ରଣାଳୀ ଖୋଲିବାକୁ ରୋକଠୋକ ମନା କରିଦେଇଛି। ଆମେରିକାର ପ୍ରସ୍ତାବକୁ ଇରାନର ପ୍ରତ୍ୟାଖ୍ୟାନ ପରେ ଟ୍ରମ୍ପ ବଡ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏପରି କି ଟ୍ରମ୍ପ କହିଛନ୍ତି ମଙ୍ଗଳବାର ରାତିରେ ଇରାନର ସମ୍ପୂର୍ଣ୍ଣ ମାନବ ସଭ୍ୟତା ଲୋପ ପାଇଯାଇପାରେ।

    ସମ୍ପୂର୍ଣ୍ଣ ମାନବ ସଭ୍ୟତାକୁ ଲୋପ କରିଦେବା ନେଇ ଟ୍ରମ୍ପଙ୍କ ଧମକ କେବଳ ଇରାନ ନୁହେଁ ସମଗ୍ର ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସୋସିଆଲ ମିଡିଆ ଟ୍ରୁଥ ସୋସିଆଲର ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି ‘ଆଜି ରାତିରେ ଏକ ସଭ୍ୟତା ସମ୍ପୂର୍ଣ୍ଣ ମରିଯାଇପାରେ, ଯାହାକୁ ଆଉ ଫେରାଇ ଅଣାଯାଇପାରିବ ନାହିଁ। ମୁଁ ଚାହୁଁ ନାହିଁ ଯେ ଏପରି କିଛି ଘଟୁ, ମାତ୍ର ଏହା ସମ୍ଭବତଃ ଘଟିପାରେ।’ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ଦିଆଯାଇଥିବା ସମୟ ସୀମା ଶେଷ ପୂର୍ବରୁ ମଙ୍ଗଳବାର ଟ୍ରମ୍ପ ଏପରି ଧମକ ଦେଇଥିଲେ। ଏବେ ସମୟସୀମା ଶେଷ ହୋଇଥିବାବେଳେ ଇରାନ ହର୍ମୁଜ ପ୍ରଣାଳୀ ଖୋଲି ନାହିଁ। ତେଣୁ ଇରାନ ଉପରେ ଆମେରିକା ଏହାର ପୂର୍ବ ନିର୍ଦ୍ଧାରିତ ଆକ୍ରମଣ କରିବାର ଆଶଙ୍କା ପ୍ରକାଶ ପାଇଛି। ଏପରି କି ଇରାନ ଉପରେ ଆମେରିକା ପରମାଣୁ ଆକ୍ରମଣ କରିବାର ଆଶଙ୍କା ପ୍ରକାଶ ପାଇଛି। ମାତ୍ର ହ୍ବାଇଟ ହାଉସ୍ ସ୍ପଷ୍ଟ କରିଛି ଯେ ଇରାନ ଉପରେ କୌଣସି ପ୍ରକାର ପରମାଣୁ ଆକ୍ରମଣ କରାଯିବ ନାହିଁ। ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାର ଶକ୍ତିଶାଳୀ ବି-୫୨ ବୋମାବର୍ଷୀ ବିମାନ ଏବଂ ଆଣବିକ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜଗୁଡ଼ିକ ଇରାନ ସୀମା ନିକଟରେ ପ୍ରସ୍ତୁତ ରହିଛନ୍ତି। ଅନ୍ୟପଟେ ଇରାନ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହେଁ। ଇରାନର ଲୋକମାନେ ନିଜର ପାୱାର ପ୍ଲାଣ୍ଟ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ରକ୍ଷା କରିବା ପାଇଁ ମାନବ ଶୃଙ୍ଖଳ ତିଆରି କରି ଏହାର ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବାକୁ ଇରାନ ମନା କରିବା ସହିତ ଆମେରିକା ସହିତ ସମସ୍ତ ପ୍ରକାର କୂଟନୈତିକ କଥାବାର୍ତ୍ତାକୁ ବନ୍ଦ କରିଦେଇଛି। ଆମେରିକା ଓ ଇରାନ ମଧ୍ୟରେ ବାର୍ତ୍ତା ଆଦାନପ୍ରଦାନକୁ ତେହରାନ ବନ୍ଦ କରିଛି। ହର୍ମୁଜ ପ୍ରଣାଳୀକୁ ଅବରୋଧ କରିଥିବା ଇରାନ ଏବେ ବାବ୍ ଅଲ୍-ମାଣ୍ଡେବ୍​ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛି। ବାବ୍‌ ଅଲ୍‌-ମାଣ୍ଡେବ୍‌ ସାମୁଦ୍ରିକ ଜଳପଥ ବା ପ୍ରଣାଳୀ ଲୋହିତ ସାଗରକୁ ଆଡେନ୍ ଉପସାଗର ଏବଂ ଆରବ ସାଗର ସହିତ ସଂଯୋଗ କରେ। ଏହାର ଗୋଟିଏ ପାର୍ଶ୍ୱରେ ୟେମେନ ଥିବାବେଳେ ଅନ୍ୟ ପାର୍ଶ୍ୱରେ ଆଫ୍ରିକାର ଜିବୁଟି ଏବଂ ଇରିଟ୍ରିଆ ଦେଶ ରହିଛି।

    କେବଳ ଟ୍ରମ୍ପ ନୁହେଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଇରାନ ବିରୋଧରେ ସାମରିକ ଅଭିଯାନ ଜୋରଦାର କରିବାକୁ ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବାକୁ ଇରାନକୁ ଦିଆଯାଇଥିବା ଅବଧି ଶେଷ ହୋଇଯିବା ପରେ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଆକ୍ରମଣ ହୋଇଛି। ଇରାନର ବିଭିନ୍ନ ସଡକ ସେତୁ ଓ ରେଳ ସେତୁଗୁଡିକ ଉପରେ ଇସ୍ରାଏଲ ଆକ୍ରମଣ କରି ନଷ୍ଟ କରିଦେଇଛି। ଇରାନର କାସନ ରେଳ ସେତୁ ଉପରେ ଇସ୍ରାଏଲ କରିଥିବା ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook