Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟ୍ରମ୍ପଙ୍କ ଘରକୁ ଅନୁପ୍ରବେଶ ବେଳେ ଦୁର୍ବୃତ୍ତ ମୃତ

    Share on :
    ajab-Image
    Date: Feb 23, 2026    Views: 2824

    ଫ୍ଲୋରିଡା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ବାସଭବନକୁ ରବିବାର ଜଣେ ଦୁର୍ବୃତ୍ତ ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛି। ମୃତ ଦୁର୍ବୃତ୍ତର ବୟସ ୨୦ ବର୍ଷ ହେବ। ଏହି ସମୟରେ ଟ୍ରମ୍ପ ୱାଶିଂଟନ୍‌ରେ ନଥିଲେ। ଏପରି କି ତାଙ୍କର କୌଣସି ପ୍ରାଧିକୃତ ଅଧିକାରୀ ମଧ୍ୟ ଉକ୍ତ ଘରେ ନଥିଲେ। ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍‌ସ୍ଥିତ ଟ୍ରମ୍ପଙ୍କ ବାସଭବନର ଉତ୍ତର ଫାଟକ ଦେଇ ଦୁର୍ବୃତ୍ତ ଜଣଙ୍କ ଅନୁପ୍ରବେଶ ଉଦ୍ୟମ କରିବା ବେଳେ ହାତରେ ଏକ ସଟ୍‌ଗନ ଓ ଇନ୍ଧନ ଭର୍ତ୍ତି ଏକ ଜାର୍‌ ଧରିଥିଲା। ବାସଭବନ ସୁରକ୍ଷା ଦାୟିତ୍ବରେ ଥିବା ସିକ୍ରେଟ୍ ସର୍ଭିସ ଅଧିକାରୀ ଦୁର୍ବୃତ୍ତକୁ ଦେଖିବା ମାତ୍ର ତା’କୁ ଗୁଳିମାଡ କରିଥିଲେ। ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିଲା। ମୃତ ଦୁର୍ବୃତ୍ତର ପରିଚୟ ପ୍ରକାଶ କରାଯାଇନାହିଁ। ଏହି ଘଟଣାରେ ଅନ୍ୟ କେହି ଆହତ ହୋଇନାହାନ୍ତି। ଏଫବିଆଇ, ସିକ୍ରେଟ୍ ସର୍ଭିସ୍ ଓ ପାମ୍ ବିଚ୍ କାଉଣ୍ଟି ସର୍ଭିସ ଏହି ଘଟଣାର ମିଳିତ ତଦନ୍ତ ଚଳାଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook