Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟ୍ରମ୍ପ୍‌ଙ୍କ ନିଷ୍ପତ୍ତି : ୧୫% ଆମଦାନୀ ଶୁଳ୍କ ଲାଗୁ

    Share on :
    ajab-Image
    Date: Feb 22, 2026    Views: 2443

    ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ରାଷ୍ଟ୍ର ଉପରେ ଲଗାଇଥିବା ବର୍ଦ୍ଧିତ ଶୁଳ୍କକୁ ଅଗ୍ରାହ୍ୟ କରିବା ସହ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ରଦ୍ଧ କରିବାର ୨୪ ଘଣ୍ଟା ନ ପୂରୁଣୁ ଆମେରିକା ପ୍ରଶାସନ ପୁଣିଥରେ ସମସ୍ତ ରାଷ୍ଟ୍ରଙ୍କ ଲାଗି ଏକପ୍ରକାର ଟିକସ ଲାଗୁ କରିଛି। ଆମେରିକାକୁ ରପ୍ତାନୀ କରାଯାଉଥିବା ସାମଗ୍ରୀ ପାଇଁ ବିଦେଶୀ ରାଷ୍ଟ୍ରଗୁଡିକ ଉପରେ ଟ୍ରମ୍ପ ଶନିବାର ୧୫ ପ୍ରତିଶତ ଶୁଳ୍କ ଲାଗୁ କରିଥିବା ଜଣାପଡିଛି। ପ୍ରଥମେ ୧୦ ପ୍ରତିଶତ ଟିକସ ଲାଗୁ ନେଇ ଟ୍ରମ୍ପ୍‌ ସୂଚନା ଦେଇଥିବାବେକିଛି ଘଣ୍ଟା ପରେ ଏହାକୁ ୧୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଟ୍ରମ୍ପ୍‌ଙ୍କ ଏଭଳି ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନ ବିଶ୍ବ ବଜାରରେ ହଟଚମଟ ସୃଷ୍ଟି କରିଛି। ତେବେ ଆଜି ଟ୍ରମ୍ପଙ୍କ ୧୫ ପ୍ରତିଶତ ଶୁଳ୍କର ଏହି ସାନି ନିଷ୍ପତ୍ତି ଭାରତ ପାଇଁ ଆଶ୍ବସ୍ତି ଆଣିଛି। କାରଣ ଏବେ ଭାରତୀୟ ସାମଗ୍ରୀ ଉପରେ ଆମେରିକା ୧୮ ପ୍ରତିଶତ ଟିକସ ଜାରି ରଖିଛି। ଟ୍ରମ୍ପ୍‌ଙ୍କ ଆଜିର ଘୋଷଣା ପରେ ଏହା ୧୫ ପ୍ରତିଶତକୁ ହ୍ରାସ ପାଇବା ଭାରତୀୟ ରପ୍ତାନୀକାରୀଙ୍କ ଲାଗି ଆଶ୍ବସ୍ତି ଆଣିଛି।

    ସୂଚନାଯୋଗ୍ୟ, ଆମେରିକା ଭାରତ ଉପରେ ଗତବର୍ଷ ପ୍ରଥମେ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିଥିଲା। ରୁଷ୍‌ ନିକଟରୁ ତେଲ କିଣୁଥିବାରୁ ଜୋରିମାନା ବାବଦ ଏହି ଶୁଳ୍କକୁ ପୁନଶ୍ଚ ଆଉ ୨୫ ପ୍ରତିଶତ ବୃଦ୍ଧି କରାଯିବାରୁ ମୋଟ ଶୁଳ୍କ ପରିମାଣ ୫୦ ପ୍ରତିଶତ ଛୁଇଁଥିଲା। ପରବର୍ତ୍ତୀ ସମୟରେ ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତି ପରେ ଏହି ଶୁଳ୍କକୁ ଟ୍ରମ୍ପ୍‌ ୧୮ ପ୍ରତିଶତକୁ ହ୍ରାସ କରି ତତ୍କାଳ ଲାଗୁ କରିଥିଲେ। ବର୍ତ୍ତମାନ ଆମେରିକା ବଜାରରେ ବିକ୍ରି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ୧୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଶନିବାର ହ୍ବାଇଟ ହାଉସର ଓଭାଲ ଅଫିସରେ ଟ୍ରମ୍ପ ଏ ସଂକ୍ରାନ୍ତ ଫାଇଲରେ ଦସ୍ତଖତ କରିଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଟ୍ରମ୍ପ ତାଙ୍କର ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ସୁପ୍ରିମକୋର୍ଟଙ୍କ ରାୟ ପରେ ଟ୍ରମ୍ପ ପ୍ରଥମେ ସବୁ ରାଷ୍ଟ୍ର ପାଇଁ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ସେ ଏହାକୁ ୧୫ ପ୍ରତିଶତକୁ ବୃଦ୍ଧି କରିଥିବା ପ୍ରକାଶ। ସୁପ୍ରିମକୋର୍ଟର ଯେଉଁ ବିଚାରପତି ଶୁଳ୍କ ବୃଦ୍ଧି ବିରୋଧରେ ରାୟ ଦେଇଛନ୍ତି, ଟ୍ରମ୍ପ ସେମାନଙ୍କୁ ସମାଲୋଚନା କରିଛନ୍ତି।

    ଏହି ବିଚାରପତିମାନେ ଆମେରିକାର ସ୍ବାର୍ଥକୁ ଜଳାଞ୍ଜଳି ଦେଇଥିବା ଟ୍ରମ୍ପ କହିଛନ୍ତି। ଦେଶକୁ ସୁରକ୍ଷିତ ରଖିବାକୁ ହେଲେ ଜଣେ ରାଷ୍ଟ୍ରପତି ଅଧିକ ଶୁଳ୍କ ଲାଗୁ କରିପାରିବେ ବୋଲି ଟ୍ରମ୍ପ ଯୁକ୍ତି ବାଢିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ତାଙ୍କୁ ଦୁର୍ବଳ କରିବା ପରିବର୍ତ୍ତେ ଅଧିକ ଶକ୍ତିଶାଳୀ କରିଛି ବୋଲି ଟ୍ରମ୍ପ ଦୃଢୋକ୍ତିି ପ୍ରକାଶ କରିଛନ୍ତି। ଆମେରିକାର ଅର୍ଥ ସଚିବ ସ୍କଟ ବେସାନ୍ତ କହିଛନ୍ତି ଯେ, ଟ୍ରମ୍ପଙ୍କ ନିଷ୍ପତ୍ତି ଅପରିବର୍ତ୍ତିତ ରହିବ। ଅପରପକ୍ଷରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲାଗୁୁ କରିଛନ୍ତି ତାହା ଇସ୍ପାତ, ଆଲୁମିନିୟମ ଭଳି ସେକ୍ଟର ଉପରେ ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇଛି।ସୂଚନାଯୋଗ୍ୟ ଶୁକ୍ରବାର ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ୬-୩ରେ ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ବେଆଇନ ଘୋଷଣା କରିଥିବା ପ୍ରକାଶ। ସୁପ୍ରିମକୋର୍ଟର ୬ ଜଣିଆ ବିଚାରପତି ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରିଥିବାବେଳେ ଅନ୍ୟ ୩ ଜଣ ଟ୍ରମ୍ପଙ୍କ ସପକ୍ଷରେ ରାୟ ଦେଇଥିଲେ

    Maximum 500 characters

    ଦେଶ ବିଦେଶ View all

    Find Us on Facebook