ମୁଖ୍ୟ ଖବର
ନୂଆଦିଲ୍ଲୀ: ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ପ୍ରସ୍ତାବିତ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଗତ ସୋମବାର ନେତାନ୍ୟାହୁ ହ୍ବାଇଟହାଉସ ଗସ୍ତ କରିବା ସହିତ ଟ୍ରମ୍ପଙ୍କୁ ମନୋନୟନ ପତ୍ର ପ୍ରଦାନ କରିଛନ୍ତି।
ପୂର୍ବରୁ ପାକିସ୍ତାନ ବି ଟ୍ରମ୍ପଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୟନ କରିଥିଲା। ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ପ୍ରୟାସ କରିବା, ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ଥତା କରିବା ଏବଂ ଇସ୍ରାଏଲ-ଇରାନ ଯୁଦ୍ଧ ବନ୍ଦ କରିବା ଦିଗରେ ଟ୍ରମ୍ପଙ୍କ ଭୂମିକା ରହିଥିବା ଦର୍ଶାଇ ପାକିସ୍ତାନ ଏବଂ ଇସ୍ରାଏଲ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ତେବେ ଟ୍ରମ୍ପ ନିର୍ବାଚନ ପୂର୍ବରୁ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ଏଯାଏ ପୂରଣ କରିପାରି ନାହାନ୍ତି। ଅନ୍ୟପଟେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦରେ ଟ୍ରମ୍ପଙ୍କ କୌଣସି ଭୂମିକା ନ ଥିବା ଭାରତ ସ୍ପଷ୍ଟ କରିଥିବା ସତ୍ବେ ଟ୍ରମ୍ପ ଏହାର ଶ୍ରେୟ ନେଉଛନ୍ତି।
Comments ସମସ୍ତ ମତାମତ