Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବ୍ରିକ୍ସ ବିରୋଧରେ ଟ୍ରମ୍ପଙ୍କ ଯୁଦ୍ଧ ଘୋଷଣା

    Share on :
    ajab-Image
    Date: Jul 8, 2025    Views: 3569

    ନୂଆଦିଲ୍ଲୀ: ସଂପ୍ରତି ବିଶ୍ବରେ ପ୍ରଚଳିତ ବାଣିଜ୍ୟ ବିଶୃଙ୍ଖଳାକୁ ନେଇ ବ୍ରିକ୍ସ ଚିନ୍ତା ପ୍ରକଟ କରିଥିବା ବେଳେ ଏହି ସଂଗଠନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ଧମକ ଦେଇଛନ୍ତି ଯେ ଯେଉଁ ଦେଶ ବ୍ରିକ୍ସର ଆମେରିକା-ବିରୋଧୀ ନୀତିକୁ ସମର୍ଥନ କରିବ ତା ଉପରେ ୧୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଧାର୍ୟ୍ୟ କରାଯିବ। ଏଥିରେ ଚୀନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ବାଣିଜ୍ୟ କ୍ଷେତ୍ରରେ ଏଭଳି ଧମକ କାମ ଦେବନାହିଁ।

    ଭାରତ ସମେତ ୧୧ଟି ଦେଶକୁ ନେଇ ଗଠିତ ବ୍ରିକ୍ସ ସମ୍ମିଳନୀରେ ଟ୍ରମ୍ପଙ୍କ ବାଣିଜ୍ୟନୀତିର ତୀବ୍ର ସମାଲୋଚନା କରାଯାଇଛି। ବ୍ରିକ୍ସ ପକ୍ଷରୁ କୁହାଯାଇଛି ଯେ ଆମେରିକା ଯେଉଁଭଳି ଶୁଳ୍କ ନୀତି ଆପଣାଇଛି, ତାହା ବିଶ୍ବ ବାଣିଜ୍ୟକୁ ଅସ୍ଥିର କରିପକାଇବ। କେବଳ ଏତିକି ନୁହେଁ ଆମେରିକାର ଆଖିବୁଜା ଶୁଳ୍କ ବୃଦ୍ଧି ବାଣିଜ୍ୟ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିବ। ତେବେ ବ୍ରିକ୍ସ ଘୋଷଣାନାମାରେ ଆମେରିକା କିମ୍ବା ଟ୍ରମ୍ପଙ୍କ ନାମ ନିଆଯାଇନାହିଁ। ଆମେରିକା ଓ ଟ୍ରମ୍ପଙ୍କୁ ପରୋକ୍ଷ ସମାଲୋଚନା କରି ଘୋଷଣାନାମାରେ କୁହାଯାଇଛି ଯେ ଏଭଳି ଶୁଳ୍କ ନୀତି ଆନ୍ତର୍ଜାତିକ ଅର୍ଥନୈତିକ ଓ ବାଣିଜ୍ୟ କାରବାର େକ୍ଷତ୍ରରେ ଏବେ ଠାରୁ ଅନିଶ୍ଚିତତା ସୃଷ୍ଟି କରିବା ଆରମ୍ଭ କଲାଣି। ବିଶ୍ବ ବାଣିଜ୍ୟ ସଂଗଠନ ତତ୍ତ୍ବାବଧାନରେ ଆପୋସ ବୁଝାମଣା ଓ ସହମତି ଜରିଆରେ ଏକ ଖୋଲା ଓ ସ୍ବଚ୍ଛ ବାଣିଜ୍ୟ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଘୋଷଣାନାମାରେ ଆହ୍ବାନ କରାଯାଇଛି। ଏହି ଘୋଷଣାନାମା ପ୍ରକାଶ ପାଇବା ପରେ ଟ୍ରମ୍ପ ପ୍ରତିକ୍ରିୟାଶୀଳ ହୋଇ ବ୍ରିକ୍ସ ରାଷ୍ଟ୍ରଙ୍କୁ ଶୁଳ୍କ ଧମକ ଦେଇଛନ୍ତି। କହିଛନ୍ତି େଯ ଏଥିରେ କାହାରିକୁ ରିହାତି ମିଳିବାର ପ୍ରଶ୍ନ ଉଠୁନାହିଁ।

    ସୂଚନାଯୋଗ୍ୟ ଯେ, ୨୦୦୯ରେ ଭାରତ, ବ୍ରାଜିଲ, ରୁଷ, ଚୀନ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ହୋଇଥିବା ବ୍ରିକ୍ସରେ ଏବେ ୧୧ ଦେଶ ସଭ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ଇଜିପ୍ଟ ଏବଂ ୟୁଥୋପିଆ।

    ବ୍ରାଜିଲର ରିଓ ଡି ଜାନେରିଓରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀର େଯଉଁ ମିଳିତ ଘୋଷଣାନାମା ଜାରି କରାଯାଇଛି ସେଥିେର ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଇରାନ ଉପରେ ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରାଯାଇଛି। ତେବେ ପାକିସ୍ତାନର ନାମ ନିଆଯାଇ ନାହିଁ। ଏହା ପୂର୍ବରୁ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସଦସ୍ୟ ଥିବା କ୍ବାଡ ରାଷ୍ଟ୍ରଙ୍କ ବିଦେଶମନ୍ତ୍ରୀ ସମ୍ମିଳନୀରେ ପହଲଗାମ ଆକ୍ରମଣକୁ ନିନ୍ଦା କରାଯାଇଥିଲା। ବ୍ରିକ୍ସ ସମ୍ମିଳନୀରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପହଲଗାମ ଆକ୍ରମଣ କେବଳ ଭାରତ ନୁହେଁ, ବରଂ ସମ୍ପୂର୍ଣ୍ଣ ମାନବିକତା ଉପରେ ଆଘାତ। ଆତଙ୍କବାଦକୁ ନିନ୍ଦା କରିବା ଆମର ସିଦ୍ଧାନ୍ତ ହେବା ଉଚିତ, କିନ୍ତୁ ଏହା ସୁବିଧା ହେବା ଅନୁଚିତ। ଏହା ସହିତ ମୋଦୀ ଏକ ନୂଆ ବିଶ୍ବ ବ୍ୟବସ୍ଥା ପାଇଁ ଦାବି କରିଥିଲେ। ସମ୍ମିଳନୀରେ ଆତଙ୍କବାଦକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଶବ୍ଦରେ ନିନ୍ଦା କରାଯାଇ କୁହାଯାଉଛି ଯେ ଆତଙ୍କବାଦକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବା ଉଚିତ ନୁହେଁ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook