Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆମେରିକା ବିରୁଦ୍ଧରେ ବାଣିଜ୍ୟିକ ଯୁଦ୍ଧ

    Share on :
    ajab-Image
    Date: Feb 3, 2025    Views: 4586

    ୱାଶିଂଟନ  : ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୁଦ୍ଧରେ ଅଧିକ ଶୁଳ୍କ ଲାଗୁ କରିବା ପରେ ଏକ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି । ଟ୍ରୁଡୋ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଲାଗୁର ଜବାବରେ ତାଙ୍କ ସରକାର ୧୫୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବେ ।
    ଏହା ସହିତ, ଟ୍ରୁଡୋ କାନାଡାର ଲୋକଙ୍କୁ ସ୍ୱଦେଶୀ ଉପôାଦ କିଣି ଦେଶ ଭିତରେ ଛୁଟିଦିନ ପାଳନ କରିବାକୁ ନିବେଦନ କରିଛନ୍ତି । ବହୁ ସଂଖ୍ୟକ କାନାଡା ନାଗରିକ ଛୁଟିଦିନ ପାଳନ କରିବା ପାଇଁ ଆମେରିକା ଯାତ୍ରା କରିଥାନ୍ତି । ଯାହା ଆମେରିକା ପାଇଁ ଆୟ ସୃଷ୍ଟି କରିଥାଏ । ଏହି ସମୟରେ, ଚୀନ୍ ଶୁଳ୍କ ଲାଗୁ ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡି୍ଲୁଟିଓ)କୁ ଯିବାକୁ ଧମକ ଦେଇଛି । ଚୀନ୍ର ବାଣିଜ୍ୟ ମନ୍ତ୍ରଣାଳୟ ଏହାକୁ ନିୟମର ଉଲ୍ଲଂଘନ ବୋଲି କହିଛି । ମନ୍ତ୍ରଣାଳୟ କହିଛି ଯେ, ଆମେରିକାର ଏକପାଖିଆ ଶୁଳ୍କ ବୃଦ୍ଧି ବିଶ୍ୱ ବାଣିଜ୍ୟ ସଂଗଠନ ନିୟମର ଏକ ବଡ ଧରଣର ଉଲ୍ଲଂଘନ । ଚୀନ୍ କହିଛି, ଏହି ପଦକ୍ଷେପ  ଆମେରିକାର ନିଜସ୍ୱ ସମସ୍ୟାର ସମାଧାନ କରିବାରେ ବିଫଳ ହେବା ସହିତ ଚୀନ୍-ଆମେରିକାର ଅର୍ଥନୈତିକ ଏବଂ ବାଣିଜ୍ୟିକ ସହଯୋଗକୁ ମଧ୍ୟ ବାଧା ଦେବ ।ଶନିବାର ଦିନ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସବୁଠାରୁ ବଡ଼ ବାଣିଜ୍ୟିକ ସହଯୋଗୀ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୁଦ୍ଧରେ ଶୁଳ୍କ ଘୋଷଣା କରିଥିଲେ । ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ସେ କାନାଡା ଏବଂ ମେକ୍ସିକୋ ବିରୁଦ୍ଧରେ ୨୫% ଶୁଳ୍କ ଏବଂ ଚୀନ ବିରୁଦ୍ଧରେ ଅତିରିକ୍ତ ୧୦% ଶୁଳ୍କ ଲାଗୁ କରିବେ । ଟ୍ରମ୍ପ ଏଥିପାଇଁ 'ଅବୈଧ ବିଦେଶୀ' ଏବଂ ଡ୍ରଗ୍ସ ଚାଲାଣର ବିପଦକୁ ଉଲ୍ଲେଖ କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook