Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜିଠୁ 'ଘରେ ଘରେ ତ୍ରିରଙ୍ଗା' ଅଭିଯାନ, ୧୭ ତାରିଖ ଯାଏ ଚାଲିବ

    Share on :
    ajab-Image
    Date: Aug 9, 2026    Views: 2985

    ଭୁବନେଶ୍ୱର,: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ଆନୁକୁଲ୍ୟରେ ରାଜ୍ୟବ୍ୟାପୀ ଆୟୋଜିତ ‘ଘରେ ଘରେ ତ୍ରିରଙ୍ଗା’ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ ହେବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

    ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ  ୧୦ ଲକ୍ଷ ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୬୦  ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ବଣ୍ଟନ କରାଯିବ । ବର୍ତ୍ତମାନ ସୁଦ୍ଧା  ୪୫ ଲକ୍ଷ ୪୦ ହଜାର ପତାକା ପ୍ରସ୍ତୁତ ସରିଛି । ଏହାକୁ ସଫଳ କରିବା  କରିବା ପାଇଁ ୧୦୫୩ ମିଶନ ଶକ୍ତି ମହିଳା ଓ ୧୨,୪୭୧ ସ୍ୱୟଂ ସହାୟକ  ଗୋଷ୍ଠୀ ନିୟୋଜିତ ଅଛନ୍ତି । ପତାକା ତିଆରି ପାଇଁ ବିଭାଗ ପକ୍ଷରୁ ୧୫  କୋଟି ଟଙ୍କା ମିଶନ ଶକ୍ତି ବିଭାଗକୁ ପ୍ରଦାନ କରାଯାଇଛି ।

     କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୁଲ୍ୟରେ ହାତୀଆସୁଣୀ  ଗ୍ରାଉଣ୍ଡଠାରୁ ଲୁମ୍ବିନୀ ବିହାର ରୋଡ୍‌ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ତ୍ରିରଙ୍ଗା ରାଲି  ଆୟୋଜିତ ହେବ । ୧୫ ତାରିଖରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ  ପାଳନ କରାଯିବା ସହିତ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ  ରବିନ୍ଦ୍ର ମଣ୍ଡପରେ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ‘ଭାରତୀୟମ୍‌’ର  ଆୟୋଜନ କରାଯିବ ।
    ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଜନସାଧାରଣ ନିଜର ଫଟୋକୁ  harghartiranga.com ୱେବସାଇଟରେ ଅପଲୋଡ୍‌ କରି  ଡିଜିଟାଲ ପ୍ରମାଣପତ୍ର ଡାଉନଲୋଡ୍‌ କରିପାରିବେ । ଏଥିସହ My. GOV ପୋର୍ଟାଲରେ  ଅନଲାଇନ୍‌ କୁଇଜରେ ଅଂଶଗ୍ରହଣ କରିପାରିବେ । ଶନିବାର  ସାମ୍ବାଦିକ ସମ୍ମିଳନୀରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ.  ବିଜୟ କେତନ ଉପାଧ୍ୟାୟ, ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର  ହୋତା, ଉପ ନିର୍ଦ୍ଦେଶକ ଡ. ଦେବଯାନୀ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook