Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: May 14, 2022    Views: 2986

    ନୂଆଦିଲ୍ଲୀ : ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିପ୍ଲବ କୁମାର ଦେବ  । ନିଜର ଇସ୍ତଫା ପତ୍ର ସେ ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି  । ହଠାତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି  ।

    ଶୁକ୍ରବାର ଦିନ ବିପ୍ଲବ ଦେବ ଦିଲ୍ଲୀ ଯାଇଥିଲେ  । ଆସନ୍ତା ବର୍ଷ ତ୍ରିପୁରାରେ ନିର୍ବାଚନ ଥିବାରୁ ସେନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ  । ଶନିବାର ସେ ଅଗରତାଲା ପ୍ରତ୍ୟାବର୍ତନ କରିଥିଲେ  । ଦିଲ୍ଲୀରୁ ଫେରିବା ପରେ ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଥିଲେ  । ତାଙ୍କର ଇସ୍ତଫା ପତ୍ର ମଧ୍ୟ ରାଜ୍ୟପାଳ ଗ୍ରହଣ କରିନେଇଥିବା ଜାଣିବାକୁ ମିଳିଛି  । ଆଜି ସଂଧ୍ୟା ସାଢେ଼ ୫ଟାରେ ତ୍ରିପୁରା ବିଜେପି ବିଧାୟକମାନଙ୍କର ବୈଠକ ବସିବ  । ବୈଠକରେ ପରବର୍ତୀ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତି ନିଆଯିବ  ।

    ଏସଂକ୍ରାନ୍ତରେ ତ୍ରିପୁରାର ଜଣେ ମନ୍ତ୍ରୀ କହିଛନ୍ତିଯେ, ହଠାତ ବିପ୍ଲବ ଦେବ କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତାହା ତାଙ୍କୁ ଚକିତ କରିଛି  । ହୁଏତ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ  । ଦଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କିଛି ଯୋଜନା କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି  । 
    ତ୍ରିପୁରାରେ ବିଜେପିର ସାଂଗଠନିକ ଦାୟିତ୍ୱରେ ବିପ୍ଲବ ଦେବ ରହିବେ  । ୨୦୨୩ ନିର୍ବାଚନ ପାଇଁ ସେ ରଣନୀତି କରିବେ  ।

    Maximum 500 characters

    ତାଜା ଖବର View all

    Find Us on Facebook